Odisha Link
Bridging the Missing Links in Odisha

୦ ରନରେ ବିଶ୍ବକପ୍‌ ହାରି କ’ଣ କହିଲେ କେନ ୱିଲିୟମସନ୍?

ଲଣ୍ଡନ: ଦୀର୍ଘ ୪୫ ଦିନର ଖେଳ ପରେ କ୍ରିକେଟ ଜଗତକୁ ନୂଆ ବିଶ୍ବକପ୍‌ ବିଜୟୀ ଦଳ ମିଳିଯାଇଛି। ଗତକାଲି ରୋମାଞ୍ଚକର ମ୍ୟାଚରେ ଇଂଲଣ୍ଡ ଦଳ ବିଶ୍ବବିଜୟୀ ହୋଇଛି। ଟାଇ ଟାଇ ପରେ ଟାଇଟଲ ହାତେଇଛି କ୍ରିକେଟର ଜନକ ଇଂଲଣ୍ଡ ଦଳ। ଅପରପକ୍ଷେ ସାରା ବିଶ୍ବବାସୀଙ୍କ ଦୃଦୟ ଜିତିଛି ନ୍ୟୁଜିଲାଣ୍ଡ ଦଳ। ପ୍ରଥମ ଥର ପାଇଁ ୦ ରନର ବ୍ୟବଧାନରେ ପରାଜିତ ହେବାକୁ ପଡିଛି ନ୍ୟୁଜିଲାଣ୍ଡ ଦଳକୁ। ଇଂଲଣ୍ଡ ଦଳ ପ୍ରଥମ ଥର ପାଇଁ ବିଶ୍ବକପ୍‌ ବିଜୟୀ ହୋଇଥିବାବେଳେ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଥର ବିଶ୍ବକପ୍‌ ଟ୍ରଫି ହାତେଇବାରେ ବିଫଳ ହୋଇଛି।

ଫାଇନାଲ ମ୍ୟାଚ ପରେ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ୍‌ ୱିଲିୟମସନ୍‌ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଇଂଲଣ୍ଡ ଦଳ କିପରି ବିଜୟୀ ହେଲା ମୁଁ ଜାଣି ନାହିଁ। କଣ ବାଉଣ୍ଡ୍ରି ଥିଲା ତାହା ଭାବୁକ ହୋଇ କହିଛନ୍ତି ୱିଲିୟମସନ୍‌। ଯାହାକୁ ତ ହେଲେ ବିଶ୍ବକପ୍‌ ଟ୍ରଫି ଜିତିବାର ଥିଲା। ଆମେ ବହୁତ ଦୁଃଖୀ କି ବିଶ୍ବକପ୍‌ ଜିତି ପାରିଲୁ ନାହିଁ। କିନ୍ତୁ ଇଂଲଣ୍ଡ ଦଳ ଭଲ ଖେଳ ପ୍ରଦର୍ଶନ କରିଥିଲେ ଏବଂ ବିଶ୍ବକପ୍‌ ଜିତିବାର ହକଦାର ଥିଲେ ବୋଲି ୱିଲିୟମସନ୍‌ କହିଛନ୍ତି।

ପ୍ରେସ କନଫରେନସ୍‌ ସମୟରେ ଭାବୁକ ହେବାର ନଜରରେ ଆସିଥିଲେ କେନ୍‌ ଓ୍ବିଲିୟମସନ୍। ଏଥି ସହିତ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଓ୍ବିଲିୟମସନ୍‌ କହିଛନ୍ତି ଯେ, ଅତିରିକ୍ତ ରନ୍‌ ପାଇଁ ଆମେ ମ୍ୟାଚ ହାରିନାହୁଁ। ମ୍ୟାଚରେ ଅତିରିକ୍ତ ରନ୍‌ ବ୍ୟତିତ ବହୁତ ଛୋଟ ଛୋଟ ଜିନିଷ ଥିଲା। ଯାହାକି କୌଣସି ମୁହୁର୍ତ୍ତରେ ମ୍ୟାଚ ହାତରୁ ଯିବାର ସମ୍ଭାବନା ରହିଥିଲା। ଭଲ ଖେଳ ପ୍ରଦର୍ଶନ କରି ଇଂଲଣ୍ଡ ଦଳ ବିଜୟୀ ହୋଇଛି। ଏଥି ସହ ଇଂଲଣ୍ଡ ଦଳକୁ ଶୁଭେଚ୍ଛା ଜଣାଉଛି ବୋଲି ଓ୍ବିଲୀୟମସନ୍‌ କହିଛନ୍ତି। ଆମ ଦଳ ମଧ୍ୟ ପୁରା ଟୁର୍ଣ୍ଣାମେଣ୍ଟରେ ଉତ୍ତମ ଖେଳ ପ୍ରଦର୍ଶନ କରିଛି। ନ୍ୟୁଜିଲାଣ୍ଡ ଟିମ୍‌ ସାରା ବିଶ୍ବକପରେ ଯେଉଁଭଳି ଖେଳ ପ୍ରଦର୍ଶନ ତାହା ପ୍ରଶଂସା ଯୋଗ୍ୟ। ବିଶ୍ବକପ୍‌ ଫାଇନାଲ ମ୍ୟାଚ ପର୍ଯ୍ୟନ୍ତ ଦଳର ପ୍ରେତ୍ୟକ ଖେଳାଳୀ ସଂଘର୍ଷ କରିଛନ୍ତି। ଆମ ଖରାପ ଭାଗ୍ୟ ଯୋଗୁଁ ହାରି ଯାଇଛୁ ବୋଲି କହିଛନ୍ତି ଓ୍ବିଲିୟମସନ୍। ଏଥି ସହିତ ପୁରା ନ୍ୟୁଜିଲାଣ୍ଡ ଦଳକୁ ଧନ୍ୟବାଦ ଦେଇଛନ୍ତି ଅଧିନାୟକ କେନ୍‌ ଓ୍ବିଲିୟମସନ୍।

Comments are closed.