Odisha Link
Bridging the Missing Links in Odisha

୨.୫ ଲକ୍ଷ ଝାମ୍ପିନେଲେ ଦୁର୍ବୃତ୍ତ

ପୁରୀ : ଆଜି ସ୍ୱଷ୍ଟ ଦିବାଲୋକରେ ଜଣେ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ଝାମ୍ପି ନେଇ ଦୁଇ ଲୁଟେରା ଫେରାର ହୋଇଯାଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ଶିଖରଘାଟ ନିକଟରେ ଜଣେ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ଆସିଛି । ଭତ୍ତା ଟଙ୍କା ନେଇ କାର୍ୟ୍ୟ ନିର୍ବାହୀ ଅଧିକାରୀ ଜଣକ ଉକ୍ତ ରାସ୍ତାରେ ଯାଉଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଆସି ପହଂଚିଥିଲେ । ସେଠାରେ ତାଙ୍କୁ ମାରଣାସ୍ତ୍ର ଦେଖାଇ ସେଠାରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ଲୁଟେରା ଫେରାର ହୋଇଯାଇଥିଲେ । ଏନେଇ କାର୍ୟ୍ୟ ନିର୍ବାହୀ ଅଧିକାରୀଜଣକ ନିକଟସ୍ଥ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Comments are closed.