Odisha Link
Bridging the Missing Links in Odisha

ବିଶ୍ବକପ୍‌ ଫାଇନାଲ ମ୍ୟାଚର ଫଳାଫଳକୁ ନେଇ ମତ ରଖିଲେ ପୁରାତନ ଖେଳାଳି

ଳଣ୍ଡନ: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ୨୦୧୯ ବିଶ୍ବକପ୍‌ ଟ୍ରଫି ଇଂଲଣ୍ଡ ଦଳ ନେଇଛି। ଗତକାଲିର ଫାଇନାଲ ମ୍ୟାଚ ପରି ୧୯୭୫ରୁ ୨୦୧୫ ପର୍ଯ୍ୟନ୍ତ ଖେଳାଯାଇଥିବା ୧୧ ଟି ବିଶ୍ବକପରେ କେବେ ଦେଖିବାକୁ ମିଳିନଥିଲା। ୧୨ ତମ ସଂସ୍କରଣର ଫାଇନାଲ ମ୍ୟାଚ ବେଶ୍‌ ରୋମାଞ୍ଚକର ଥିଲା। ଫାଇନାଲ ମ୍ୟାଚର ପ୍ରତ୍ୟେକଟି ବଲରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ପ୍ରଥମ ୫୦ ଓଭରରେ ମ୍ୟାଚର ଫଳାଫଳ ମିଳି ପାରିନଥିଲା। ଯାହାଫଳରେ ସୁପର ଓଭର ହୋଇଥିଲା। ରୋମାଞ୍ଚକର ବିଷୟ ସୁପର ଓଭର ମଧ୍ୟ ଟାଇ ହୋଇଥିଲା। ତେବେ ଆଇସିସି ନିୟମ ଅନୁଯାୟୀ ସୁପର ଓଭରରେ ଯେଉଁ ଦଳ ଅଧିକ ବାଉଣ୍ଡ୍ରି ମାରଥାଏ ସେହି ଦଳ ବିଜୟୀ ହୋଇଥାଏ। ଏହି ନିୟମ ଅନୁସାରେ ଇଂଲଣ୍ଡ ଦଳ ୪୪ ବର୍ଷ ପରେ ପ୍ରଥମ ଥର ବିଶ୍ବକପ୍‌ ଟ୍ରଫି ହାତେଇଥିଲା। ଏଭଳି ରୋମାଞ୍ଚକର ମ୍ୟାଚ ଦେଖି ସାରିବା ପରେ କ୍ରିକେଟ ଜଗତର ମହାନ ଖେଳାଳି ଖର ସବୁ କହିଛନ୍ତି ଆସନ୍ତୁ ଜାଣିବା।

ତେବେ ଆସନ୍ତୁ ଜାଣିବା କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର କଣ କହିଛନ୍ତି। ସେ କହିଛନ୍ତି ଯେ, ଇଂଲଣ୍ଡ ଦଳ ଯାହା ସବୁ କଲା ତାହା ମଧ୍ୟ ନ୍ୟୁଜିଲାଣ୍ଡ ଦଳ କଲା। କିନ୍ତୁ ଏହା ନ୍ୟୁଜିଲାଣ୍ଡ ପାଇଁ କମ୍‌ ପଡ଼ିଗଲା ବୋଲି ସଚିନ କହିଛନ୍ତି। ସଚିନ ଫାଇନାଲ ମ୍ୟାଚର ପ୍ରେଜଣ୍ଟଷ୍ଟସନ ଉତ୍ସବରେ ସାମିଲ ଥିଲେ। ସେ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଏବଂ ମ୍ୟାନ୍‌ ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ଖେଳାଳିଙ୍କୁ ଦେଇଥିଲେ।

ଓ୍ବେଷ୍ଟଇଣ୍ଡିଜ ପାଇଁ ବିଶ୍ବକପ୍‌ ଜିତିଥିବା ଭେଟେରାନ କ୍ରିକେଟର ବିଭିଆନ୍‌ ରିଚାର୍ଡସ୍‌ କହିଛନ୍ତି ଯେ, ଏହି ମ୍ୟାଚ କ୍ରିକେଟ ଇତିହାସର ସବୁଠାରୁ ଚର୍ଚ୍ଚିତ ମ୍ୟାଚ ଏବଂ ସୁନ୍ଦର ମ୍ୟାଚ ଭାବେ ପରିଗଣିତ ହେବ।

୨୦୧୫ ବିଶ୍ବକପ୍‌ ବିଜେତା ଅଷ୍ଟ୍ରେଲିଆ ଦଳର ଅଧିନାୟକ ମାଇକେଲ୍‌ କ୍ଲାର୍କ ଏହି ମ୍ୟାଚକୁ ଅବିଶ୍ବସନୀୟ ମ୍ୟାଚର ଆଖ୍ୟା ଦେଇଛନ୍ତି।

ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର ଖେଳାଳି ବୀରେନ୍ଦ୍ର ସେହଓ୍ବାଗ ମ୍ୟାଚର ଟର୍ଣ୍ଣିଙ୍ଗ ପଏଣ୍ଟ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ଓଭର ‌ଥ୍ରୋ ମ୍ୟାଚର ଟର୍ଣ୍ଣିଙ୍ଗ ମ୍ୟାଚ ଥିଲା ବୋଲି କହିଛନ୍ତି।

ଅଷ୍ଟ୍ରେଲିଆ ଦଳର ଦ୍ରୁତ ବୋଲର ବ୍ରେଟ ଲି ଇଂଲଣ୍ଡ ଖେଳାଳିଙ୍କୁ ବଧାଇ ଜଣାଇବା ସହିତ ବିଜେତା ଚୟନ କରିବାର ପ୍ରକ୍ରିୟାକୁ ଠିକ୍‌ ନୁହେଁ ବୋଲି କହିଥିଲେ।

Comments are closed.