Odisha Link
Bridging the Missing Links in Odisha

ହେଡ୍‌ କୋଚ ସମେତ ୬ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କଲା ବିସିସିଆଇ, କଣ ରହିଛି ସର୍ତ୍ତ ଜାଣନ୍ତୁ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ୨୦୧୯ ବିଶ୍ବକପରେ ହାରିବା ପରେ ଆକ୍ସନ ମୋଡରେ ବିସିସିଆଇ। ଆଜି (ମଙ୍ଗଳବାର) ବିସିସିଆଇ ମୁଖ୍ୟ କୋଚ ସମେତ ଅନ୍ୟ ୬ଟି ପଦବି ପାଇଁ ଆବେଦନକରିବା ପାଇଁ ଏକ ସୂଚନା ପ୍ରକାଶ କରିଛି। ମୁଖ୍ୟ କୋଚ୍, ବ୍ୟାଟିଂ କୋଚ, ବୋଲିଂ କୋଚ୍, ଫିଲଡଙ୍ଗ୍‌ କୋଚ୍, ଫିଜିଓଥେରାପିଷ୍ଟ, ଷ୍ଟ୍ରେନ୍ଥ କନଫିଡେନ୍ସ କୋଚ୍‌ ଏବଂ ସହକାର ମ୍ୟାନେଜର ପଦବୀ ପାଇଁ ଆବେଦନ କରିବା ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ସବୁ ପଦବି ପାଇଁ ଜୁଲାଇ ୩୦ ତାରିଖ ଅପରାହ୍ନ ୫ଟା ସମୟ ପରେ ଆବେଦନ କରି ପାରିବେ ବୋଲି ସୂଚନା ରହିଛି । ଏଥି ସହିତ ନୂତନ ଭାବେ ଚୟନ ହୋଇଥିବା କୋଚ୍‌ ଏବଂ ଅନ୍ୟ ୬ଟି ପଦବିର ପଦାଧିକାରି ମାନଙ୍କ କାର୍ଯ୍ୟକାଳ ୨୦୧୯ ସେପ୍ଟମ୍ବର ୫ରୁ ୨୦୨୧ ନଭେମ୍ବର ୨୪ ପର୍ଯ୍ୟନ୍ତ ରହିବ। ବର୍ତ୍ତମାନ ଥିବା ଟିମ୍‌ ଇଣ୍ଡିଆର କୋଚ୍‌ ଏବଂ ଅନ୍ୟ ୬ ସହଯୋଗୀ ମଧ୍ୟ ଆବେଦନ କରି ପାରିବେ ବୋଲି ସୂଚନା ରହିଛି। ତେବେ ବର୍ତ୍ତମାନ ଶାସ୍ତ୍ରୀଙ୍କ ସହଯୋଗୀ ଷ୍ଟାଫରେ, ବୋଲିଂ କୋଚ୍ ଭରତ ଅରୁଣ, ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ଓ ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର ଅଛନ୍ତି। ବିଶ୍ବକପ୍‌ ପରେ ଟ୍ରେନର ଶଙ୍କର ବସୁ ଏବଂ ଫିଜିଓଥେରାପିଷ୍ଟ ପେଟ୍ରିକ୍‌ ଫରହାଟ୍‌ ଇସ୍ତଫା ଦେଇ ସାରିଛନ୍ତି।

ବର୍ତ୍ତମାନ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଥିବା ରବି ଶାସ୍ତ୍ରୀ ମଧ୍ୟ ପୁଣି ଥରେ ମୁଖ୍ୟ କୋଚ୍‌ ପାଇଁ ଆବେଦନ କରିପାରିବେ। ତେବେ ବିଶ୍ବକପ୍‌ ଜିତିବାର ମୌକା ହାତଛଡା କରିଥିବା ଶାସ୍ତ୍ରୀଙ୍କୁ ପୁଣିଥରେ ହେଡକୋଚ୍‌ ପଦବୀ ମିଳିବକି ତାହା ଦେଖିବାକୁ ବାକି ରହିଲା। ଟିମ୍‌ ଇଣ୍ଡିଆର ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ଅଗଷ୍ଟ ୩ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩ରେ ସରିବ। ଏହାପରେ ଟିମ୍‌ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ୍‌ ଖେଳା ହେବ। ଏହା ପୂର୍ବରୁ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ସମେତ ଅନ୍ୟ ୬ଟି ପଦବୀ ପାଇଁ ଚୟନ ପ୍ରକ୍ରିୟା ସରିଯିବ ବୋଲି ଆକଳନ କରୁଛନ୍ତି କ୍ରିକେଟ ବିଶେଷଜ୍ଞ।

ମୁଖ୍ୟ କୋଚ୍‌ ପଦ ପାଇଁ ସର୍ତ୍ତାବଳୀ:

  • କୌଣସି ପୂର୍ଣ୍ଣକାଳୀନ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଦେଶର କୋଚ୍‌ ଭାବେ ଅତି କମରେ ୧ରୁ ୨ ବର୍ଷର ଅଭିଜ୍ଞତା ରହିଥିବା ଦରକାର।
  • ଅତି କମରେ ୩୦ଟି ଟେଷ୍ଟ କିମ୍ବା ୫୦ଟି ଏକଦିବସୀୟ ମ୍ୟାଚ ଖେଳିଥିବେ।
  • ଆବେଦନକାରୀଙ୍କ ବୟସ ସୀମା ୬୦ ବର୍ଷରୁ ତଳକୁ ହୋଇଥିବ।

Comments are closed.