Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ପାଟକୁରାରେ ଭତ୍ତା ଓ ଚାଉଳ ବଣ୍ଟନ!

ଭୁବନେଶ୍ବର: ପାଟକୁରାରେ ଜମୁଛି ନିର୍ବାଚନ ପ୍ରଚାର। ଆଜି ବିଜେଡ଼ି ସୁପ୍ରିମୋ ପାଟକୁରା ଗସ୍ତରେ ଯାଇ ବିଭିନ୍ନ ସ୍ଥାନରେ କରୁଛନ୍ତି ପ୍ରଚାର। ଅପରପକ୍ଷେ ବିଧାନସଭାରେ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପାଟକୁରା ଅଞ୍ଚଳ ବାସୀଙ୍କୁ ଭତ୍ତା ଓ ଚାଉଳ ବଣ୍ଟନ କରାଯାଇଛି। ସମସ୍ତ ଅଞ୍ଚଳରେ ପ୍ରତି ମାସ ୧୫ ତାରିଖ ପୂର୍ବରୁ ଭତ୍ତା ବଣ୍ଟନ ହୋଇଥାଏ। ତେବେ ପାଟକୁରାରେ କିଭଳି ଆଜି ବଣ୍ଟନ କରାଗଲା ବୋଲି ବିଧାନସଭାରେ ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ ନାୟକ। ବିଜୁ ପଟ୍ଟନାୟକ କେଉଁ ଉପନିର୍ବାଚନକୁ ଯାଉ ନଥିଲେ ମାତ୍ର ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ନବୀନ ବାବୁ କିପରି ପ୍ରଚାର କାର୍ଯ୍ୟରେ ଯାଉଛନ୍ତି ବୋଲି ପ୍ରଦୀପ୍ତ ନାୟକ ବିଧାନସଭାର ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇଥିଲେ। ଏ ପ୍ରସଙ୍ଗକୁ ନେଇ ବିଜେପି ବିଧାୟକ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉତ୍ତର ଦେଇ କହିଥିଲେ ଯେ ସବୁ କଥାରେ ରୁଲିଂ କରାଯାଇ ପାରିବ ନାହିଁ। ଏହି ବିଷୟରେ ପରେ ବିଚାର କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

Comments are closed.