Odisha Link
Bridging the Missing Links in Odisha

କଥାକାର

ହାଡ଼ିବନ୍ଧୁ ମହାଖୁଡ଼ଙ୍କ ଗଳ୍ପ

କଥାକାର

ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ହାଡ଼ିବନ୍ଧୁ ମହାଖୁଡ଼ଙ୍କ ଗଳ୍ପ ବହି କଥା ହିଁ କଥା ଆମାଜନରେ ମଗାଇବା ପାଇଁ ଏଇଠି କ୍ଲିକ୍‌ କରନ୍ତୁ〉


ବାହାରେ ବର୍ଷ। । କାଳବୈଶାଖୀ ବର୍ଷ।। ବର୍ଷ। ଯେତିକି ବିଜୁଳି ଘଡ଼ଘଡ଼ି ତା’ ଠାରୁ ଅଧିକ। ଝରକାଟା ଖୋଲିଦେଇଛି। ଘରର ଲାଇଟକୁ ମଧ୍ୟ ବନ୍ଦ କରିଦେଇଛି। ଦେଖୁଛି ବର୍ଷ।କୁ। ପ୍ରକୃତିର ତାଣ୍ଡବ ସ୍ପଷ୍ଟ ଜଣାପଡ଼ୁଛି ସୁ ସୁ ପବନରୁ। ଅସ୍ତବ୍ୟସ୍ତ ପାଣି ଛିଟା ଘରକୁ ପଶୁଛି। ଘରେ ଆଜି କେହି ନାହାନ୍ତି। ଏକା ଏକା ପୁଣି ଏମିତିକା ପାଗରେ। ପ୍ରକୃତିର ତାଣ୍ଡବ ଭିତରେ ମୋ ମନଟା ରୋମାଞ୍ଚତ୍ତ ହେଉଛି। ଅଜଣା ପୁଲକରେ ମନଟା ପୂରିଉଠୁଛି। ଭାବନାଗୁଡ଼ାକ ମୋର ଚାରିଆଡ଼କୁ ବିଛାଡ଼ି ହୋଇଯାଉଛନ୍ତି। ଭାବନାର ଅନ୍ତନାହିଁ।

ଏମିତି ପାଗ ହେଲେ ମୋର ମନେପଡ଼େ ତାଙ୍କର କଥା। ଆଜି ବି ସେୟା। ଲାଗୁଛି ସେ ପାଖରେ ଥାଆନ୍ତେ କି! କେବଳ ଆମେ ବସିଥାଆନ୍ତୁ ଏକାଠି। କଥା କମ୍ ଅନୁଭବ ବେଶି। କେବଳ ଦେଖୁଥାନ୍ତୁ ବର୍ଷ।ଝରା ଆକାଶକୁ। ତା’ରି ଭିତରେ ରକମ ରକମର ବିଜୁଳି, ହୃଦୟକୁ ଥରେଇବା ପରି ଘଡ଼ଘଡ଼ି, ପବନରେ ଉଠୁଥିବା ଧୂଳି, କାଗଜପତ୍ର ଆଉ ତା’ ସାଙ୍ଗକୁ ବର୍ଷ।ର ଛିଟା!! ସେ କ୍ରମଶଃ ଭାବପ୍ରବଣ ହେଉଥିବେ, ମୁଁ ପ୍ରକୃତିକୁ ଅନୁଭବୁଥିବି, ତାଙ୍କର ସ୍ବଳ୍ପ କଥାରେ, ଆଖିବୁଜା ନିରବତାରେ, ଦେହର ସ୍ପର୍ଶରେ ଆଉ …ଆଉ ତଡ଼ିତ୍ ସ୍ପନ୍ଦନରେ ଫୋନଟା ଅନ୍ କଲି ଆଉ ଡାଏଲ୍ କଲି…। ରିଙ୍ଗ୍ ହୋଇଛି କି ନାହିଁ ମୁଁ ଜାଣିପାରିଲିନି ମାତ୍ର ସେପଟୁ ଉତ୍ତର ଆସିଲା –

: କୁହ ମିଡ୍। ଶୋଇନ?

: ଆପଣ କ’ଣ ମୋ ଫୋନକୁ ଅପେକ୍ଷା କରିଥିଲେ ନା କ’ଣ? ତା’ ଛଡ଼ା ଏଇଟା ମୋର ନୂଆ ନମ୍ବର। ତୁମେ କେମିତି ହଠାତ୍ ମୋ ନାଁ ଜାଣିଲ?

: ହାଃ..ହାଃ..ହାଃ…। ଏହାକୁ ମନସ୍ତତ୍ବବିତମାନେ କହନ୍ତି ଟେଲିପାଥି। ତୁମେ ଯାହାକଥା ଗଭୀରଭାବେ ଚିନ୍ତାକର, ସେ ମଧ୍ୟ ସେଇ ଅନୁପାତରେ ସ୍ମରଣ ଭିତରକୁ ଆସେ। ନୁହେଁ?

: ହେଲା ଯେ, ମୋର ତ ଏଇଟା ନୂଆ ନମ୍ବର…

: ମୁଁ କେମିତି ଜାଣିଲି, ଏୟା ତ? ତୁମେ ହିଁ ଏକମାତ୍ର ବ୍ୟକ୍ତି ଯେ ମୋତେ ଠିକ୍ ରାତି ବାର ଅର୍ଥ।ତ୍ ମଧ୍ୟରାତ୍ରୀରେ ଫୋନ୍ କର। ସେଇଥିପାଇଁ ତ ତୁମେ ମୋର ମିଡ୍। ହାଃ..ହାଃ..

: ଆପଣ! ଆପଣ ସତରେ!!

: ହଉ ଛାଡ଼, ସବୁ ଭଲ ତ? ଚାକିରୀ ଠିକଠାକ ଚାଲିଛି ନା ବସଙ୍କ ସହ ସେମିତି ଝଗଡ଼ା? ବହୁଦିନ ହେଲା ତୁମ ସହିତ ଯୋଗାଯୋଗ ନଥିଲା ତ!

: ହଁ, ଏମିତି ଚାଲିଛି। ସେମିତିକା, ଧୀରେଧୀରେ ମୋର ଅଭ୍ୟାସ ହୋଇଗଲାଣି। ଆଚ୍ଛା, ଆପଣ ଶୋଇନାହାନ୍ତି। କ’ଣ କରୁଥିଲେ? କାରଣ ମୁଁ ରିଙ୍ଗ୍ କରୁକରୁ ଆପଣ ଫୋନ୍ ଉଠେଇଦେଲେ ଯେ…

: କ’ଣ ଆଉ କରିବି? ବହୁଦିନ ଧରି କାଗଜକଲମ ସହିତ ସଂପର୍କ ନାଇଁ। ଆଜିକାଲି ଆଉ ବେଶୀ ଲେଖାଲେଖି କରିପାରୁନି। ବୋଧହୁଏ ବୁଢ଼ା ହୋଇଗଲିଣି। ଗପଟାଏ ଲେଖୁଥିଲି। ମାତ୍ର ଶେଷ କରିପାରୁନି।

: ଏମିତି କି ଗପ ମ, ଯୋଉଟା ଆପଣ ଶେଷ କରିପାରୁନାହାନ୍ତି! କଥାଟା ମୋତେ ଜମାରୁ ବିଶ୍ବାସ ଲାଗୁନି, ମିଛକଥା।

: ନାଁ ରେ । ଜମା ମିଛ ନୁହେଁ। ଆଚ୍ଛା ଭଲ ହେଲା, ତୁମର ସମସ୍ୟା ନାହିଁ ତ? ମାନେ, ସମୟ ଅଛି ତ?

: କାହିଁକି?

: ମୁଁ ଗପଟା ପଢ଼ନ୍ତି, ତୁମେ ଶୁଣନ୍ତ।

ଏଇ ପଦକ କଥାରେ ମୁଁ ସତରେ ରୋମାଞ୍ଚତ୍ତ ହୋଇଗଲି। ହରିଶ୍ ଗପ କହିବେ ଆଉ ମୁଁ ଶୁଣିବି! ଅନେକ ଦିନ ପରେ ପୁଣି ଏହି ବର୍ଷ।ଭିଜା ରାତିର ତାଣ୍ଡବ ଭିତରେ। କି ଚମତ୍କାର ସଂଯୋଗ! ମନେମନେ ଖୁସି…ହଁ ହଁ ଜବରଦସ୍ତ ଖୁସି ଲାଗିଲା। ଏମିତି ମୁଁ ଅନ୍ୟମନସ୍କ ହୋଇଯାଉଥିବାବେଳେ ସେପଟୁ ଶୁଭିଲା –

: ମିଡ୍, ତୁମେ ଅନ୍ୟମନସ୍କ ବୋଧହୁଏ। ହଉ-ଥାଉ, ଆଉ କେତେବେଳେ ଶୁଣେଇବି।

: ଆରେ ନାଁ, ନାଁ। ଏଇଲେ ହିଁ ଶୁଣିବି । ବହୁଦିନରୁ କିଛି ଶୁଣିନି। ପ୍ଲିଜ୍, ଶୁଣାନ୍ତୁନା… ଆପଣଙ୍କ ମିଡ୍ ପୁରାପୂରି ରେଡି।

: ହଉ, ଶୁଣ ତେବେ।

ସ୍ବପ୍ନା । ରାକେଶ ବାବୁଙ୍କ ଅଲିଅଳି ଝିଅ ସ୍ବପ୍ନା। ସୁଶ୍ରୀ, ସୁନ୍ଦରୀ, ବୁଦ୍ଧିମତୀ, ଭଲ ପାଠ ପଢ଼େ। ରାକେଶ ବାବୁ ବୃତ୍ତିରେ ଶିକ୍ଷକ। ଜଣାଶୁଣା, ଆଦର୍ଶ ଶିକ୍ଷକ। କେତେକେତେ ଛାତ୍ର/ଛାତ୍ରୀଙ୍କୁ ମଣିଷ କରିଛନ୍ତି। ପାଠ ଶାଠ ଉଭୟରେ ସେ ଜଣେ ଧୂରୀଣ ବ୍ୟକ୍ତିତ୍ବ। ସେଥିପାଇଁ ରାକେଶ ସାରଙ୍କ ନାଁଆ ଡାକ ସେଇ ଅଞ୍ଚଳରେ। ଲୋକେ କହନ୍ତି ରାକେଶ ସାରଙ୍କ ପାଖରେ ପାଠପଢ଼ିବା ଭାଗ୍ୟର କଥା। ତାଙ୍କ ପାଖରେ ପାଠପଢ଼ି କେତେକେତେ ଲୋକ ସଫଳ ହୋଇଛନ୍ତି। ତାଙ୍କର ଛାତ୍ରଛାତ୍ରୀମାନେ ଜୀବନରେ କ’ଣ କରନ୍ତୁ, ନକରନ୍ତୁ, ମାତ୍ର ସମାଜରେ ଭଲମଣିଷ ଭାବେ ଗଣା ହୋଇଛନ୍ତି। ସେଥିପାଇଁ ସେ ଅଞ୍ଚଳର ଆଦରଣୀୟ ଶିକ୍ଷକ ରାକେଶ ସାର୍। ତାଙ୍କର ଏକମାତ୍ର କନ୍ୟା ସ୍ବପ୍ନା। ସାର୍ କହନ୍ତି, ସେ ଝିଅକୁ ନେଇ ଅନେକ ସ୍ବପ୍ନ ଦେଖିଛନ୍ତି। ଏଣୁ ଝିଅର ନାଁ ଟା ଦେଇଛନ୍ତି ସ୍ବପ୍ନା। ରାକେଶ ସାରଙ୍କ ଝିଅ ଭାବରେ ସେ ଅଞ୍ଚଳରେ ବହୁଲୋକଙ୍କ ସ୍ନେହଶ୍ରଦ୍ଧାପାଇବାରେ ସୀମା ନଥିଲା ସ୍ବପ୍ନାର। ତା’ରି ଭିତରେ ସେ ବଢ଼ିଛି, ପାଠ ପଢ଼ିଛି। ମାଟ୍ରିକ୍, +2 ବିଜ୍ଞାନ ଆଉ ତା’ପରେ ଇଂଜିନିୟରିଂ। ସାର୍ ତାକୁ ଦେଇଛନ୍ତି ପୂର୍ଣ୍ଣ ସ୍ବାଧୀନତା, ଆପଣାର କ୍ୟାରିଅର୍ ଗଢ଼ିବାପାଇଁ। ସ୍ବପ୍ନା ବି ପଢ଼ିଛି, ବଢିଛି ଆଗକୁ, ଢେର୍ ଆଗକୁ।

ପାଠପଢ଼ା ସରୁ ସରୁ କ୍ୟାମ୍ପସ୍ ସିଲେକସନରେ ଚାକିରୀଟିଏ ବି ହୋଇଗଲା। ଆଜିକାଲିର ଦୁନିଆରେ ଚାକିରୀଖଣ୍ଡେ ମିଳିବା ମାନେ ହେଲା ଜୀବନର ଅର୍ଦ୍ଧ।ଧିକ ସଫଳତା ମିଳିଗଲା ଜାଣ। ଟି.ସି.ଏସ୍.ରେ ଚାକିରୀ। ଭାରତବର୍ଷର ଟାଟା ଗ୍ରୁପ୍ ଅଫ୍ କମ୍ପାନୀର ଲୋକପ୍ରିୟତା ଖୁବ୍ ଅଧିକ। ଏହା ତାହାର ଅଙ୍ଗ। ସେ ଖୁସିରେ ଆତ୍ମହରା ହୋଇ ଯୋଗଦେଲା ଚାକିରୀରେ, ଭାରତବର୍ଷର ସାଇବର୍ ସିଟି ହାଇଦ୍ରାବାଦରେ। ପାଠପଢ଼ା ପରେପରେ ନୂଆ ଜୀବନ। କର୍ପୋରେଟ୍ ଜୀବନ। ଛଅଲକ୍ଷ ପ୍ୟାକେଜରେ। ୟେ ମଧ୍ୟ ଏକ କର୍ପୋରେଟ୍ ଭାଷା। ଓଡ଼ିଶା ବା ଭାରତବର୍ଷର ସରକାରୀ, ଅର୍ଦ୍ଧ ସରକାରୀ ଚାକିରିପରି କର୍ପୋରେଟ୍ ସେକ୍ଟରର ଚାକିରୀ ନୁହେଁ। ସେମାନଙ୍କ ଦରମା ହିସାବ ହୁଏ ବର୍ଷରେ। ପ୍ୟାକେଜ୍ ଛଅଲକ୍ଷ ଅର୍ଥ।ତ୍ ବାର୍ଷିକ ଛଅଲକ୍ଷ ଟଙ୍କା ଦରମା। ମାତ୍ର କର୍ପୋରେଟ୍ ସେକ୍ଟରର ନୀତି ଅଲଗା। ସେଇଠି ଦରମା, ଇନକ୍ରିମେଣ୍ଟ୍, ପ୍ରମୋସନ ଇତ୍ୟାଦି ଦକ୍ଷତାକୁ ନେଇ ହୁଏ। ସରକାରୀ ଚାକିରୀରେ ସିନିୟରିଟି ବା ବରିଷ୍ଠତା, ଜାତି (ଅନୁସୂଚୀତ ଜାତି, ଜନଜାତି ଇତ୍ୟାଦି) ଆଦିକୁ ବିଚାରକୁ ନେଇ ହେଉଥିବାବେଳେ କର୍ପୋରେଟ୍ ସେକ୍ଟରରେ ପ୍ରମୋସନ ଏଫିସିଏନସି ବା ଦକ୍ଷତାକୁ ନେଇ ହୁଏ। ସେଇଠି ସଂରକ୍ଷଣ ନାଇଁ, ବରିଷ୍ଠତା ମଧ୍ୟ ଗୌଣ। ଏଣୁ ଦକ୍ଷ ଯୁବକ/ଯୁବତୀ ଖୁବ୍ କମଦିନରେ ପ୍ୟାକେଜ ପରେ ପ୍ୟାକେଜ୍ ବଢ଼ିବଢ଼ି ଚାଲନ୍ତି। ଆଉ ଦକ୍ଷତା ନଥିଲେ ଯୋଉଠି ସେଇଠି ପଡ଼ିରୁହ। ନଚେତ୍ ଗୋଲ୍ଡେନ୍ ହ୍ୟାଣ୍ଡସେକରେ ଘରକୁ ଯାଅ। ସେଇଠି ଚାକିରିରେ ପ୍ରଗତି ଯେମିତି ଦ୍ରୁତ, ଅଧୋଗତି ମଃ ତୀବ୍ର ଯାହାକି ସରକାରୀ ଚାକିରୀରେ ନଥାଏ। ସରକାରୀ ଦପ୍ତରରେ ଚାକିରି ପାଇବା ଯେତିକି କଷ୍ଟ ଚାକିରୀ ଯିବା ତା’ ଠୁ ଅଧିକ କଷ୍ଟ। ପୁଣି ସଂରକ୍ଷଣ ଭିତ୍ତରେ ହେଲେ ତ ଏକରକମ ଅସମ୍ଭବ । ଏମିତି ସ୍ବପ୍ନା ଚାକିରୀ କଲା ଟି.ସି.ଏସ୍. ହାଇଦ୍ରାବାଦରେ।

କର୍ପୋରେଟ୍ ଜୀବନ ବି ବିଚିତ୍ର। ୟୁନିଫର୍ମ ଡ୍ରେସ୍, ଜୋତା, ଟାଇ, ବେକରେ ପରିଚୟ ପତ୍ର, ପିଠିରେ ଲ୍ୟାପଟପର ବ୍ୟାଗ୍। ୟେ ନିତିଦିନିଆ କଥା। ସବୁଋତୁର କଥା। ଶୀତତାପ ନିୟନ୍ତ୍ରୀତ କୋଠରୀରେ ଜୀବନ। ସେଇଠି ଏକ ଭିନ୍ନ ସଂସ୍କୃତି। ଯୁବକ ଯୁବତୀ ଭିତରେ ଫରକ୍ କମ୍। ବ୍ୟବଧାନ ଅତିକମ୍। ବରଂ ସେମାନଙ୍କ ସଂପର୍କ ଇଂରେଜୀ ଭାଷାରେ କହିଲେ କ୍ଲୋଜ୍, ନିବିଡ଼। କ୍ଲୋଜନେସ୍ ମଧ୍ୟ କମ୍ପାନୀ ଚାକିରୀର ଅନ୍ୟଏକ ବଳିଷ୍ଠ ସର୍ତ୍ତ। ହୃଦୟର ନିବିଡ଼ତା ଥାଉ ବା ନ ଥାଉ, ବାହ୍ୟ ନିବିଡ଼ତା ରହିବ ହିଁ ରହିବ। ଏହା କର୍ପୋରେଟ୍ ଜୀବନ, ସକାଳୁ ସଂଜଯାଏ ଖଟଣି। ଅବଶ୍ୟ ମଝିରେ ଚା, ସ୍ନାକସ ମିଳେ। କ୍ୟାଣ୍ଟିନରେ ଲଞ୍ଚ୍ ବା ମଧ୍ୟାହ୍ନ ଭୋଜନ। ଏବେଏବେ କର୍ପୋରେଟ୍ ମାନେ ସେକସ ରେସିଓ ବା ଲିଙ୍ଗ ଅନୁପାତକୁ ପଚାଶ ପଚାଶ କରିବାକୁ ଗୁରୁତ୍ବ ଦେଉଛନ୍ତି। ସେମାନଙ୍କ ମତ ଯେ, ଦୁଇଜଣ ପୁଅ ଏକାଠି ବସି କାମ କରିବା ଅପେକ୍ଷା ଜଣେ ପୁଅ ଜଣେ ଝିଅ ଏକାଠି କାମକଲେ ଅଧିକ କାମ ହୋଇପାରିବ ବିଷମ ମେରୁ ପରସ୍ପରକୁ ଆକର୍ଷଣ କରିବା ନ୍ୟାୟରେ। ଏମିତି ପରିବେଶରେ କାମ କରିବାକୁ ହୁଏ। ଯୋଗଦେବାକୁ ପଡ଼େ କେତେକେତେ ସେମିନାରରେ, ଡିନରରେ, ମିଟରେ, ଟ୍ରେନିଂରେ, ଟୁରରେ। ସ୍ବପ୍ନା ବି ଏଥିରେ ନିଜକୁ ସାମିଲ୍ କରିଦେଲା ଖୁବ୍ କମ୍ ଦିନରେ।

ଏମିତି କାମ କରିବା ଭିତରେ ବନ୍ଧୁତା ସୃଷ୍ଟିହୁଏ ଜଣେ ବନ୍ଧୁ କର୍ମଚାରୀ (କଲିଗ୍) ସହ। ଏକାଠି କାମ, ଏକାଠି ଲଞ୍ଚ୍, ଏକାଟି ଟ୍ରେନିଂ, ଏକାଠି ସେମିନାର୍ ଆଟେଣ୍ଡ୍ କରୁକରୁ ପରସ୍ପର ନିକଟରୁ ନିକଟତର ହୋଇଛନ୍ତି ସ୍ବପ୍ନା ଆଉ ସ୍ବରାଜ। କର୍ପୋରେଟ ଜୀବନଭିତରେ ପରସ୍ପରକୁ ଜାଣିବାକୁ ଚେଷ୍ଟା କରିଛନ୍ତି। କର୍ପୋରେଟ୍ ଜୀବନ ବାହାରେ ସପ୍ତାହାନ୍ତ ଛୁଟିରେ ପାର୍କରେ ବୁଲିଛନ୍ତି। ରେଷ୍ଟୁରାଣ୍ଟରେ ଖାଇଛନ୍ତି, କଫିବାରରେ ଘଣ୍ଟାଘଣ୍ଟା ଗପିଛନ୍ତି। ବନ୍ଧୁତା ନିବିଡ଼ ହୋଇ ଭଲପାଇବାରେ ରୂପାନ୍ତରିତ ହୋଇଛି। ମିଟିଂ, ଡେଟିଂ ଆଉ ମେଟିଂରେ ସେମାନେ ଯାଇଛନ୍ତି। ଲିଭ୍ ଇନର କଥା ଉଠିଲା ତାପରେ। ଏକଥା ବି ହାଇଦ୍ରାବାଦ୍ ପରି ମେଟ୍ରୋ ସିଟିରେ ନୂଆକଥା ବା ବଡ଼କଥା ନୁହେଁ। ବହୁ ଯୁବକ/ଯୁବତୀ ଏମିତି ପ୍ରାକ୍ ବିବାହିତ ଜୀବନରେ ଲିଭ ଇନ୍ ରିଲେସନରେ ଅଛନ୍ତି। ମାତ୍ର ସ୍ବପ୍ନା ଥିଲା ଗାଁ ର ପିଲା। ଅବଶ୍ୟ ଏବେ ସେ ଅଲଟ୍ରା ମଡର୍ଣ୍ଣ। ତଥାପି ଏକଥାକୁ ଗ୍ରହଣ କରିବା ଅପେକ୍ଷା ବିବାହ କରିନେବାକୁ ଅଧିକ ପସନ୍ଦ କଲା ସେ। ସ୍ବରାଜ ବି ଅରାଜି ନଥିଲା। ମାତ୍ର ପ୍ରତିବନ୍ଧକ ଥିଲା ଜାତି। ଆମେ ଯେତେ ଅଲଟ୍ରା ମଡର୍ଣ୍ଣ ହେଲେ ବି ଜାତିବାଦରୁ ଊର୍ଦ୍ଧ୍ବକୁ ଯାଇପାରିନୁ ଏଯାଏଁ। ହେବ କା କେମିତି? ଜାତିଟା ଥିବାରୁ ସିନା ସଂରକ୍ଷଣ ମିଳୁଛି। ସେଇଟା ଚାଲିଗଲେ ମିଳିବନି ନା! ଏଣୁ ଜାତିବାଦ ରହିଛି ଆଉ ରହିବ। ଜାତିବାଦ ଓ ସଂରକ୍ଷଣ ଏ ଦୁହେଁ ପରସ୍ପର ଅନୁପୂରକ। ଏଣୁ ଜାତିବାଦ ଯେ ରହିବ ଏକଥା ମୁଁ ନୁହେଁ ଆମ ଆଇନ କହୁଛି। ସମାଜତତ୍ବବିତମାନେ କହୁଛନ୍ତି। ସେହିନ୍ୟାୟରେ ସ୍ବପ୍ନା ସ୍ବରାଜର ବିବାହ ସମସ୍ୟା ସୃଷ୍ଟିହେଲା। ସ୍ବପ୍ନା ଥିଲା ନୈଷ୍ଠିକ ବ୍ରାହ୍ମଣ ପରିବାର ଆଉ ସ୍ବରାଜ ଥିଲା ଅନୁସୂଚୀତ ଜାତିର। ଏଣୁ ସାମାଜିକ ବିବାହ ଯେ ଏକରକମ ଅସମ୍ଭବ, ସେକଥା ଜଣା ପଡ଼ୁଥିଲା। ମାତ୍ର ସ୍ବରାଜ ଥିଲା ମଡର୍ଣ୍ଣ। ତାଙ୍କ ପରିବାରର ସହମତି ମିଳିଗଲା ସ୍ବରାଜକୁ। ଅଥଚ ସ୍ବପ୍ନା! ସେ ଥିଲା ନାଚାର। ତା ବାପା ଯେ ରାଜି ହେବେ, ଏକଥା ସେ ଜମାରୁ ବିଶ୍ବାସ କରୁ ନଥିଲା। ଏମିତି ଦିବଧା ଭିତରେ ଦିନାକେତେ ଆଗପଛ ହେବାଭିତରେ ମନ ଦୃଢକଲା ସ୍ବପ୍ନା। ସ୍ବରାଜ କିନ୍ତୁ ଆଶାବାଦୀ ଥିଲା। ସେ ନିଜେ ଯାଇ ପ୍ରସ୍ତାବ ଦେବାକୁ କହୁଥିଲା। ମାତ୍ର ସ୍ବପ୍ନା ଏତେଟା ଆଶା କରିପାରୁ ନଥିଲା। ଶେଷକୁ ସ୍ଥିର ହେଲା- ସ୍ବପ୍ନାର ଜଣେ ସାଙ୍ଗ ସରୋଜ କଥାର ମଧ୍ୟସ୍ଥତା କରିବ ଓ ସ୍ବପ୍ନାର ବାପାଙ୍କୁ ଯାଇ ସବୁକଥା ବୁଝାଇ କହିବ। ସେୟା ହେଲା।

ରାକେଶ ବାବୁ କଥାଟାକୁ ଶୁଣିଲେ। ବିଚଳିତ ଲାଗିଲେନି। ମାତ୍ର ବେଶ୍ କିଛିସମୟ ଗମ୍ଭୀର ହୋଇପଡ଼ିଲେ। ସ୍ବପ୍ନାର ମାଆଙ୍କୁ ଡାକିଲେ। କଥାଟାର ଆମୂଳଚୂଳ ଶୁଣାଇଲେ। ସବୁଶୁଣି ସ୍ବପ୍ନାର ମାଆ ହତଚକିତ ତଥା ବିଚଳିତ ଲାଗୁଥିଲେ। ମାତ୍ର ରାକେଶ ବାବୁଙ୍କ ହାତର ଇସାରାରେ ସେ ଚୁପ୍ ହୋଇଗଲେ। ଶେଷରେ ରାକେଶବାବୁ କହିଲେ –

: ସରୋଜ! ତୁମେ ମୋର ଛାତ୍ର ତଥା ସ୍ବପ୍ନାର ସାଙ୍ଗ। ମୋ ପୁଅପରି। ଏଣୁ କଥାଟା ଖୋଲାଖୋଲି କହିବାକୁ ମୁଁ ଉଚିତ ମଣୁଛି। ସ୍ବପ୍ନା ଯଦି ସେ ପିଲାକୁ ଭଲପାଉଛି, ତାକୁ ବିବାହ କରିବାକୁ ସ୍ଥିର କରିଛି, ମୋର ଏଥିରେ ପ୍ରତିବାଦ କରିବାର ନାହିଁ। ସେ ବିବାହ କରୁ, ଖୁସିରେ ରହୁ। ମାତ୍ର ତୁମେ ଜାଣ, ମୁଁ ଜଣେ ଶିକ୍ଷକ କେବଳ ନୁହେଁ, ଜଣେ ସାମାଜିକ ପ୍ରାଣୀ, ଜଣେ ସାଧାରଣ ମଣିଷ। ତା’ ମାଆ ଯାଉ। ସେ କୋର୍ଟରେ ବା ମନ୍ଦିରରେ ବିବାହ କରିନିଅନ୍ତୁ। ତା’ ମାଆ ମୋ ତରଫରୁ ସେମାନଙ୍କୁ ଆଶୀର୍ବ।ଦ କରିଦେବ। ମାତ୍ର ମୁଁ ଯାଇପାରିବିନି।

ବାସ୍, ଏତିକି କହି ଉଠିଗଲେ। ପ୍ରକାରାନ୍ତରେ ବିବାହରେ ପୂର୍ଣ୍ଣ ସହଯୋଗ କଲେ। ସ୍ବପ୍ନାର ମାଆ ଓ ଦାଦା (କକେଇ)ଙ୍କୁ ମଧ୍ୟ ବିବାହକୁ ପଠେଇଲେ। ଦାଦା ହିଁ କନ୍ୟାଦାନ କଲେ। ଆର୍ଯ୍ୟସମାଜର ବେଦଧ୍ବନି ଭିତରେ ସେମାନଙ୍କ ବିବାହ ସଂପନ୍ନ ହେଲା। ଜ୍ବାଇଁ ପାଇଁ ସୁନାଚେନ୍ ଓ ମୁଦି, ଝିଅପାଇଁ ହାର ଆଉ ମୁଦି ପଠେଇଲେ। ଅଥଚ ନିଜେ ଆସିଲେନି। ଏମିତି ଏମିତି ସରିଗଲା ସେମାନଙ୍କ ବିବାହ ଆଉ ସେମାନେ ଚାଲିଗଲେ ପୁଣି ଆପଣାର କର୍ମକ୍ଷେତ୍ରକୁ। ଜୀବନ ଗଡ଼ିଚାଲିଲା ଆପଣା ବାଟରେ। ସବୁକିଛି ସାଧାରଣ ହୋଇଗଲା ଆପେଆପେ।

ତିନିବର୍ଷ ପରେ ହଠାତ୍ ଦିନେ ସେଇ ସରୋଜର ଆବିର୍ଭ।ବ ରାକେଶସାରଙ୍କ ପାଖରେ। ବ୍ୟସ୍ତ, ବିବ୍ରତ ମୁହଁଟା ଉପରେ ତା’ର ସୀମାହୀନ ଦୁଖର ପ୍ରଲେପ। ତାକୁ ଚୁପଚାପ୍ ବସିବା ଦେଖି ରାକେଶ ସାର୍ ନିରବତା ଭଙ୍ଗକଲେ –

: ସରୋଜ! ତମେ ବହୁଦିନ ପରେ ଆସିଲ। ସ୍ବପ୍ନାର ବିବାହ ପରଠାରୁ କେବେ ବି ଆସିନ। ସେ ଚାଲିଗଲା ପରେ ଆମେସବୁ ଏକା ହୋଇଗଲୁ ସରୋଜ। ମୋର ବି ମନଟା ଭଲ ରହୁନି। ତଥାପି ଜୀବନ ଚାଲିଛି। ହଉ କୁହ! କେମିତି ଆସିବା ହେଲା? ହଉ, ଆସିଛ ଯେତେବେଳେ ଆଜି ଆମଘରେ ଖାଇକରି ଯିବ। ହେଲା!

: ନାଇଁ ସାର୍! ଗୋଟେ ଜରୁରୀ କଥା କହିବାର ଥିଲା ତ!

: କୁହ, ସମସ୍ୟା କ’ଣ?

: ସାର୍, କଥାଟା କେମିତି କହିବି ଜାଣିପାରୁନି।

: ବୁଝିଲ ସରୋଜ, ତମେ ଆଜି କ’ଣ ଆଉ ଛୋଟପିଲା ହୋଇରହିଛ? କୁହ, ଯେମିତି ଭଲ ଲାଗୁଛି ସେମିତି କୁହ…

: ସାର୍…

: ହୁଁ କୁହ…..

: ସାର୍, ସ୍ବପ୍ନା ଏବେ ବଡ଼ ସମସ୍ୟା ଭିତରେ ଅଛି।

: ସ୍ବପ୍ନା! ସମସ୍ୟା!! ଆରେ ଠିକରେ କୁହ। ଏମିତି ବୁଲେଇ ବଙ୍କେଇ କ’ଣ କହୁଛ?

: ସାର୍, ସ୍ବପ୍ନାର ସ୍ବାମୀ ସ୍ବରାଜକୁ ଏବେ ଲିଉକୋମିଆ, ମାନେ ବ୍ଲଡ଼୍ କ୍ୟାନସର୍…।

ଏତିକି କହିଦେଇ ମୁହଁଟାକୁ ତଳକୁ କରି ସେମିତି ଚୁପଚାପ୍ ବସିରହିଲା ସରୋଜ । ଏଥର ଦୁହେଁ ଚୁପ୍। କେତେସମୟ ବିତିଯାଇଛି ୟା ଭିତରେ। କିଛିସମୟର ନୀରବତା ପରେ ସରୋଜ ଉଠିଲା-ସାର୍, ମୁଁ ଆସୁଛି କହି ନମସ୍କାର କଲା। ରାକେଶ ସେମିତି ବସିରହି ହାତଟେକି ଆଶୀର୍ବ।ଦ କରିଦେଲେ ସିନା କିଛି କହିଲେନି।

: ମିଡ୍! ମୋ କାହାଣୀଟା ଏଇଠି ଅଟକିଯାଇଛି। ତାପରେ କେମିତି ଶେଷ କରିବି ଭାବିପାରୁନି। ତୁମେ କୁହ ତ!

ଗାଳ୍ପିକ ହରିଶଙ୍କ ପାଖରୁ ଏକଥା ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗିଲା ଯେତିକି ରୋମାଞ୍ଚ ବି ଆସିଲା ସେତିକି। ମୋର ଚୁପ୍ ରହିବାର ଦେଖି ହରିଶ୍ ପୁଣି କହିବା ଆରମ୍ଭ କଲେ –

: ମିଡ୍! କହୁନ ଯେ?

: କାହାଣୀଟା ତ ଖୁବ୍ ଭଲଲାଗୁଛି। ଆହୁରି ଚମତ୍କାର ଲାଗିବ ଯଦି ତାକୁ ଗୋଟେ ଟ୍ରାଜିକ୍ ଏଣ୍ଡିଂ ଦିଅନ୍ତେ।

: ମାନେ??

: ରାକେଶ ବାବୁ ଇଚ୍ଛା ଅନିଚ୍ଛାର ଦ୍ବନ୍ଦ୍ବରୁ ବାହାରି ସ୍ତ୍ରୀ ସହିତ କିଛି ପଇସାପତ୍ର ଧରି ଡାକ୍ତରଖାନା ଯାଆନ୍ତେ। ମାତ୍ର ସେତେବେଳକୁ କଥା ଅଣାୟତ୍ତ ହୋଇଯାଇଥାନ୍ତା। ଆଉ ସେମାନଙ୍କ ଆଖି ସାମ୍ନାରେ ସ୍ବରାଜର ଶେଷ ନିଃଶ୍ବାସ ଚାଲିଯାଆନ୍ତା। ବାସ୍ କାହାଣୀ ସେଇଠି ସରନ୍ତା। କେମିତି ଲାଗନ୍ତା? ଭଲ ଲାଗିବନି? ମୁଁ ଭାବୁଛି ପାଠକର ହୃଦୟକୁ ଛୁଅଁନ୍ତା।

: ଠିକ୍, ଠିକ୍। ମୁଁ ସେକଥା ହିଁ ଲେଖିଦେବି। ତମର ସମୟୋପଯୋଗୀ ପରାମର୍ଶ ପାଇଁ ଧନ୍ୟବାଦ।

ଆଉ କେଇପଦ କଥା ପରେ ଆମର ସେଦିନର କଥାବାର୍ତ୍ତ। ସରିଗଲା ସିନା ହରିଶଙ୍କ ସହିତ କଥା ମୋତେ ରିଚାର୍ଜ କରିଦେଲା ବେଶ୍ କିଛିଦିନ ପାଇଁ। ଦିନାକେତେ ବି ବିତିଗଲା ୟା’ ଭିତରେ।

ଭୁବନେଶ୍ବର ମାର୍କେଟ୍ ବିଲଡିଙ୍ଗର ଅଣ୍ଡରଗ୍ରାଉଣ୍ଡ୍ ସପିଂ କମ୍ପ୍ଲେକ୍ସର ଲେଡିଜ୍ କର୍ଣ୍ଣରରେ କ’ଣ ଦି’ଟା ଜିନିଷ କିଣିବାକୁ ଗଲାବେଳେ ଭେଟହେଲା ଚାନ୍ଦିନୀ ସହିତ। ଚାନ୍ଦିନୀ ମୋର ପିଲାଦିନୁ କଲେଜ ଯାଏଁ ବାନ୍ଧବୀ। ଅଧୁନା ସେ ଜଣେ ଡାକ୍ତରାଣୀ। ଏଣୁ ଭେଟ କେତେବେଳେ କେମିତି । ଆଜି ହଠାତ୍ ଦେଖାହେଲା ପ୍ରାୟ ତିନି/ଚାରି ମାସ ପରେ। ପୁରୁଣା ବାନ୍ଧବୀକୁ ପାଖରେ ପାଇ ସତରେ ଖୁସିଲାଗେ ଅମାପ। ଇଚ୍ଛାହୁଏ ପାଞ୍ଚମିନିଟ୍ ଭିତରେ ସାରା ଦୁନିଆର କଥାକୁ ସାରିଦିଅନ୍ତୁ କି! ଏମିତି କଥା ଭିତରେ ସେ କହିଲା –
: ଆରେ, ହରିଶ୍ ସାରଙ୍କ କଥା ଶୁଣିଛୁ ତ?

: କୋଉକଥା? ମୁଁ ତ କିଛି ଶୁଣିନି!

: ତୁ ଜାଣିନୁ? ଆଶ୍ଚର୍ଯ୍ୟ! ମୋତେ ଲାଗେ ସେ ତୋତେ ସବୁଠାରୁ ବେଶୀ ଆପଣାର ମଣନ୍ତି। ଏଣୁ ତୋତେ କ’ଣ ଗୋଟେ ନିକନେମ୍ ଦେଇଥିଲେ ପରା!

: ହଁ, ହଁ ମିଡ୍। ଆରେ ମୁଁ ପ୍ରାୟ ଅଧରାତିରେ ତାଙ୍କୁ ଫୋନ୍ କରେ ବୋଲି ସେ ମୋତେ ମିଡନାଇଟ୍ ଡାକନ୍ତି, ସର୍ଟରେ ମିଡ୍। କିନ୍ତୁ କୋଉକଥା?

: ଆରେ, ତାଙ୍କ ଝିଅ କଥା।

: ନାଁ, ମୁଁ କିଛି ଜାଣିନି। କ’ଣ ହେଇଚି କହ, କହ।

ସେ ଆରମ୍ଭ କଲା –

: ହରିଶ୍ ସାରଙ୍କ ଝିଅ ତାଙ୍କ ଇଚ୍ଛା ବିରୁଦ୍ଧରେ ଇଣ୍ଟରକାଷ୍ଟ୍ ଲଭ୍ ମ୍ୟାରେଜ୍ କଲା। ହରିଶ୍ ସାର୍ ବି ମନା କଲେନି। ମାତ୍ର ନିଜେ ବାହାଘର କଲେନି। ଶୁଣିଲୁ ଭୁବନେଶ୍ବର ଆର୍ଯ୍ୟମଣ୍ଡପରେ ବିବାହ କରି ହାଇଦ୍ରାବାଦ ଚାଲିଗଲେ। ମାତ୍ର କଥାଟା କ’ଣ ଜାଣିଛୁ? ଏବେ ତାଙ୍କ ଜ୍ବାଇଁର ବ୍ଲଡ୍ କ୍ୟାନସର୍ ହୋଇଗଲା। ହରିଶ୍ ସାର୍ ଖବର ପାଇବାପରେ କିଛି ପଇସାପତ୍ର ଯୋଗାଡ଼କରି ଡାକ୍ତରଖାନା ଗଲେ। କି ଦୁଖ! ହରିଶ୍ ସାରଙ୍କ ସାମ୍ନାରେ ହିଁ ତାଙ୍କ ଜ୍ବାଇଁ ଆଖି ବୁଜିଦେଲା…।

: ମାନେ!… ତୁ ସତ କହୁଚୁ?? ନା କାହାଣୀ!

: ଆରେ, ମୁଁ ମିଛ କହିବି କାହିଁକି?

ତାପରେ ଚାନ୍ଦିନୀ ଆଉ କ’ଣସବୁ କହୁଥିଲା ମୋତେ କିଛି ବି ଶୁଣାଯାଉନଥିଲା। ମୋତେ ହରିଶ୍ କାହାଣୀ ଶୁଣେଇଥିଲେ। ସେ କାହାଣୀର ଅନ୍ତଟା ବି କେମିତି ଲେଖିଲେ ହୃଦୟସ୍ପର୍ଶୀ ହେବ ମୁଁ ହିଁ କହିଥିଲି। କିନ୍ତୁ….. କଥାକାର ହରିଶ୍ କ’ଣ ଏମିତି ହୋଇପାରନ୍ତି! କଳ୍ପନାକୁ ନେଇ ଗପ ହୁଏ। ବାସ୍ତବତାକୁ ନେଇ ଗପ ହୁଏ। ମାତ୍ର କଥାକାର ନିଜକୁ କେବେ ଗପ କରିବା ମୁଁ ଶୁଣିନଥିଲି କି ଭାବି ନଥିଲି । ସତେ କ’ଣ ଜଣେ କଥାକାର ଏମିତି ହୋଇପାରେ…!

ଚାନ୍ଦିନୀର ଡାକରେ ମୋର ସମ୍ବିତ୍ ଫେରିଆସିଲା। ସେ କହୁଥିଲା –

: ମୁଁ ଜାଣେ ପରା ତୁ ହରିଶ୍ ସାରଙ୍କ କଥା ଶୁଣିଲେ ଏମିତି ହେବୁ। ମୋତେ କିନ୍ତୁ ସତରେ କିଛି ଶୁଭୁ ନଥିଲା। କେବଳ ଦିଶୁଥିଲା କଥାକାର ହରିଶ୍ ମଧ୍ୟରାତ୍ରୀର ନିରବତାରେ ଗପ ଲେଖିଚାଲିଛନ୍ତି। ବାସ୍, ସେତିକି।

Comments are closed.