Odisha Link
Bridging the Missing Links in Odisha

ପୁଣି ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ

କୁଚିଣ୍ଡା : ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଛି କଳଙ୍କ। କୁଚିଣ୍ଡା ଥାନା ଅନ୍ତର୍ଗତ ବାଉରୀଗୁଡା ହାଇସ୍କୁଲର ଶିକ୍ଷକ ପ୍ରମୋଦ ଖର୍ସେଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ,  ଶିକ୍ଷକ ପ୍ରମୋଦ ଖର୍ସେଲ ସମ୍ବଲପୁରୀ କମେଡି ଆଲବମ୍ ର ନିର୍ଦ୍ଦେଶକ ଓ ନିର୍ମାତା ମଧ୍ୟ । ଜଣେ ଛାତ୍ରୀଙ୍କୁ ଶୁଟିଂ ଦେଖାଇବାକୁ କହି ବରଗଡ ନେବା ରାସ୍ତାରେ ସେ ଜଙ୍ଗଲ ଭିତରେ ସଂପୃକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଗତକାଲି ସନ୍ଧ୍ୟାରେ କୁଚିଣ୍ଡା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ଖୋଦ୍ ପୀଡିତା । ତେବେ ଏହାପରେ ଅଭିଯୁକ୍ତ ଶିକ୍ଷକ ଫେରାର ଥିବା ଜଣାପଡିଛି ।
ବାଉରୀଗୁଡା ହାଇସ୍କୁଲର ଶିକ୍ଷକ ପ୍ରମୋଦ ଖର୍ସେଲ ସ୍ଥାନୀୟ ଏକ କଲେଜରେ ଯୁକ୍ତ ଦୁଇ ପଢୁଥିବା ଛାତ୍ରୀଙ୍କୁ ଶୁଟିଂ ଦେଖାଇବା ବାହାନାରେ ମଟରସାଇକେଲରେ ବସାଇ ବରଗଡ ନେଉଥିଲେ । ତେବେ ରାସ୍ତାରେ ପଡୁଥିବା ଏକ ଜଙ୍ଗଲ ଭିତରେ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ । ଏହି ଘଟଣା ସ୍ଥାନୀୟ କିଛି ଲୋକ ଦେଖିବା ପରେ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ । ଭିଡିଓ ଉତ୍ତୋଳନ କରିଥିବା ଲୋକଙ୍କ ସହ ପ୍ରମୋଦ ଖର୍ସେଲଙ୍କର ଝଗଡା ହୋଇଥିଲା । ପୀଡିତା ନିଜ ଦୁଇ ହାତରେ ମୁହଁକୁ ବନ୍ଦ କରି ଛିଡା ହୋଇଥିଲେ । ଭାଇରାଲ ହୋଇଥିବା ଭିଡିଓରୁ ଜଣାପଡୁଛି ଲୋକେ ଦେଖିବା ପରେ ସେମାନେ ଅତ୍ୟନ୍ତ ଅସହାୟ ହୋଇପଡିଥିଲେ । ଭିଡିଓଟି ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ଗତକାଲି ସନ୍ଧ୍ୟାରେ ପୀଡିତା କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Comments are closed.