Odisha Link
Bridging the Missing Links in Odisha

ଟିମ୍‌ ଇଣ୍ଡିଆ କୋଚ୍‌ ଚୟନ କରିବ କପିଳ ଦେବଙ୍କ ଟିମ୍

ନୂଆଦିଲ୍ଲୀ: ସରିଲା କ୍ରିକେଟ ମହାକୁମ୍ଭ। ବିଶ୍ବକପରେ ଟିମ୍‌ ଇଣ୍ଡିଆର ପରାଜୟ ପରେ ବିସିସିଆଇ ଖୋଜୁଛି ନୂଆ କୋଚ୍। ତେବେ କିଏ ହେବ ଟିମଇଣ୍ଡିଆର କୋଚ୍ ? ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ଏଥର ପୁରା କୋଚ୍‌ ଚୟନ ପ୍ରକ୍ରିୟାର ଦାୟିତ୍ବ କପିଲ ଦେବଙ୍କ ନେତୃତ୍ବରେ ୩ ଜଣିଆ ପ୍ୟାନେଲ କରିବ। ତେବେ ଏଥର କୋଚ୍ ଚୟନରେ କୋହଲିଙ୍କ ମନମାନି ଚାଲିବନି ବୋଲି ବିଶେଷ ସୁତ୍ରରୁ ଜଣାପଡ଼ିଛି। ଏଥର କୋଚ୍ ଚୟନ ବେଳେ ଟିମଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ ଠାରୁ ନିଆଯିବନି କୌଣସି ପରାମର୍ଶ।

ଏଥର କୋଚ୍ ବାଛିବା ବେଳେ କୋହଲିଙ୍କୁ ଏଥିରୁ ଦୂରରେ ରଖାଯିବ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କାରଣ କୁମ୍ୱଲେଙ୍କ କୋଚ୍ ସମୟର ବିବାଦ ଘଟଣା। ସେତେବେଳେ କୋଚ୍ ଅନୀଲ କୁମ୍ୱଲେ ଓ କୋହଲିଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା, ଯାହାଫଳରେ ଶାସ୍ତ୍ରୀଙ୍କ ନିଯୁକ୍ତି ସପକ୍ଷରେ ଯୁକ୍ତି ବାଢିଥିଲେ ବିରାଟ। ବିବାଦୀୟ ଢଙ୍ଗରେ କୋଚ୍ ପଦରୁ ବିଦା ହୋଇଗଲେ ଅନୀଲ କୁମ୍ୱଲେ। ଏହା ମଧ୍ୟରେ ବିସିସିଆଇ ନୂଆ କୋଚ୍ ପଦବୀ ପାଇଁ ଆବେଦନ ଆହ୍ୱାନ କରିଛି।

ଆଇସିସି ବିଶ୍ୱକପ୍ ୨୦୧୯ ସରିବା ସହ ଶାସ୍ତ୍ରୀଙ୍କ କୋଚ୍ ଅବଧି ଶେଷ ହୋଇସାରିଛି। ତେବେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜକୁ ଧ୍ୟାନରେ ରଖି ଆଉ ୪୫ ଦିନ ଅବଧି ବୃଦ୍ଧି କରିଛି ବିସିିସିଆଇ। ନୂଆ କୋଚ୍ ଚୟନରେ କପିଲ୍ ଦେବଙ୍କ ନିଷ୍ପତି ଚୂଡାନ୍ତ ହେବ ବୋଲି ଜଣାପଡିଛି।

Comments are closed.