Odisha Link
Bridging the Missing Links in Odisha

କର୍ଣ୍ଣାଟକ: ଆଜି ବିଧାନସଭାରେ ସୁପର ଓଭର

ବେଙ୍ଗାଲୁରୁ: ଜୁଲାଇ ୬ରୁ ଦୀର୍ଘ ୧୨ ଦିନ ଧରି ଚାଲିଛି କର୍ଣ୍ଣାଟକରେ ରାଜନୈତିକ ଡ୍ରାମା। ଆଜି ଅନ୍ତ ହେବ ୧୨ ଦିନର ଡ୍ରାମା। ଆଜି କୁମାରସ୍ୱାମୀ-କଂଗ୍ରେସର ମିଳିତ ସରକାର ଆସ୍ଥା ଭୋଟର ସାମ୍ନା କରିବ। ଏଭଳି ସ୍ଥିତିରେ ଯଦି ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗୃହୀତ ହେବ ନାହିଁ ଏବଂ ସେମାନେ ଆସ୍ଥା ଭୋଟରେ ସାମିଲ ହେବେ ନାହିଁ, ତାହା ହେଲେ କୁମାରସ୍ୱାମୀ ସରକାର ଭାଙ୍ଗିବା ସ୍ପଷ୍ଟ ବୋଲି ଆକଳନ କରାଯାଉଛି। ଅନ୍ୟପଟେ ଯଦି ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରନ୍ତି, ତାହେଲେ ସେମାନେ ଆସ୍ଥା ଭୋଟରେ ଭାଗ ନେଇପାରିବେ ନାହଁ। ଅପରପକ୍ଷେ, ଯଦି ଉଭୟ ଗୋଷ୍ଠୀର ବିଧାୟକଙ୍କ ସଂଖ୍ୟା ଦେଖାଯାଏ, ତା’ହେଲେ ବିଜେପି ଗୃହରେ ସଂଖ୍ୟା ଗରିଷ୍ଠତା ଲାଭ କରିବ।

କର୍ଣ୍ଣାଟକା ବିଜେପି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରପ୍ପା କହିଛନ୍ତି ତାଙ୍କ ପାଖରେ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଆଗରେ ଇସ୍ତଫା ଦେବା ଛଡ଼ା ଅନ୍ୟ ବିକଳ୍ପ ନାହିଁ ବୋଲି ବିଜେପି କହିଛି। ଅପରପକ୍ଷେ ବାଚସ୍ପତି ରମେଶ କୁମାର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସେ ଏଭଳି ନିଷ୍ପତ୍ତି ଯେବେ ଯାହା କେବେ ସାମ୍ୱିଧାନିକ ଦୃଷ୍ଟି କୋଣରୁ ଅଡ଼ୁଆ ହୋଇନଥିବ।

ସୂଚନାଥାଉକି, ଆଜି କର୍ଣ୍ଣାଟକାରେ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବାବଦରେ ବାଚସ୍ପତି ଶେଷ ନିଷ୍ପତ୍ତି ନେବେ। ଏଥିପାଇଁ ସମସ୍ତ କ୍ଷମତା ବାଚସ୍ପତିଙ୍କ ପାଖରେ ରହିଛି ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି। ତେବେ ଇସ୍ତଫା ଦେଇଥିବା ପନ୍ଦର ଜଣ ବିଧାୟକମାନଙ୍କୁ ଆଜିର ଆସ୍ଥା ଭୋଟରେ ଅଂଶଗ୍ରହଣ କରିବାକୁ କେହି ବାଧ୍ୟ କରିପାରିବେନି ବୋଲି ପ୍ରଧାନ ବିଚାରପତି ତାଙ୍କ ରାୟରେ କହିଛନ୍ତି। ବାଚସ୍ପତି ଚାହିଁଲେ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିପାରିବେ ନହେଲେ ତାଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି।

Comments are closed.