Odisha Link
Bridging the Missing Links in Odisha

କ୍ଷମା ମାଗିଲେ କେନ୍ଦ୍ରାପଡ଼ା ଏସ୍‌ପି

ଭୁବନେଶ୍ୱର : ସାମ୍ବାଦିକଙ୍କୁ ମାଡ଼ ମାରିବାକୁ ଚିହିଁକି ଉଠିଲେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର। ତା’ ବି ପୁଣି ଟାଣୁଆ ବିଜେଡି ନେତାଙ୍କ ଉପସ୍ଥିତିରେ। କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳ ହେଲିପ୍ୟାଡ୍‌ରେ ଘଟିଥିବା ଏହି ଘଟଣା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଅନ୍ୟପକ୍ଷରେ ଏହି ଘଟଣା ପାଇଁ ଏସ୍‌ପି ନୀତି ଶେଖର କ୍ଷମା ପ୍ରାର୍ଥନା କରିଛନ୍ତି। ଭିଡ଼ ନିୟନ୍ତ୍ରଣ ବେଳେ ସେଠାରେ ଅଧିକ ଶବ୍ଦ ଥିବାରୁ ସେ ଉଚ୍ଚ ଗଳାରେ କଥା ହୋଇଥିଲେ ବୋଲି କହିଛନ୍ତି। ସାମ୍ବାଦିକଙ୍କୁ ଯଥେଷ୍ଟ ସମ୍ମାନ ଦିଅନ୍ତି ଓ କେବେ ସାମ୍ବାଦିକଙ୍କୁ ଖରାପ ବ୍ୟବହାର କରିନାହାନ୍ତି ବୋଲି ଏସ୍‌ପି ନୀତି ଶେଖର କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାକୁ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ। ଏହି ସମୟରେ ଖବର ସଂଗ୍ରହ ପାଇଁ ଏକ ଘରୋଇ ଟିଭି ଚ୍ୟାନେଲ୍‌ର ସାମ୍ବାଦିକ ପହଞ୍ଚିଥିଲେ। ତେବେ କୌଣସି କାରଣକୁ ନେଇ ଏସ୍‌ପି ନୀତି ଶେଖର ହଠାତ୍ ଉତ୍‌କ୍ଷିପ୍ତ ହୋଇ ସମ୍ପୃକ୍ତ ସାମ୍ବାଦିକଙ୍କୁ ହାତ ଉଠାଇ ମାଡ଼ ମାରିବାକୁ ଚିହିଁକି ଉଠିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Comments are closed.