Odisha Link
Bridging the Missing Links in Odisha

ପାଟକୁରା: ଶେଷ ଦିନରେ ନବୀନ ଓ ଅପରାଜିତାଙ୍କ ରୋଡ୍ ସୋ

ପାଟକୁରା: ପାଟକୁରା ନିର୍ବାଚନ ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ। ଆଉ ମାତ୍ର ଅଳ୍ପ ସମୟ ପରେ ପାଟକୁରାରେ ପ୍ରଚାର କାର୍ଯ୍ୟକ୍ରମର ଜବନୀକା ପଡ଼ିବ। ଶେଷ ଦିନରେ ପ୍ରଚାର ଜୋରସୋର କରିଛନ୍ତି ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ୱୀ ବିଜୟ ମହାପାତ୍ର ଓ ସାବିତ୍ରୀ ଅଗ୍ରୱାଲ। ତେବେ ବର୍ଷା ଯୋଗୁଁ ପ୍ରଚାର ଟିକେ ଫିକା ପଡ଼ିଯାଇଛି।

ବିଜୁ ଜନତା ଦଳ ପାଇଁ ନିଜେ ନବୀନ ପଟ୍ଟନାୟକ ଗତକାଲିଠାରୁ ଏଠାରେ ରୋଡ୍ ସୋ’ କରୁଥିବା ବେଳେ ଆଜି ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀ ଭାରତୀୟ ଜନତା ପାର୍ଟି ପାଇଁ ରୋଡ୍ ସୋ’ କରୁଛନ୍ତି। ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ଘର ଘର ବୁଲି ପ୍ରଚାର ଚଲାଇଛନ୍ତି।

Comments are closed.