Odisha Link
Bridging the Missing Links in Odisha

ପାଟକୁରା: କଥା ରଖିଲେନି ଦିଲୀପ

ଭୁବନେଶ୍ବର: ପାଟକୁରା ନିର୍ବାଚନ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବ। ସେ ନେଇ ପାଟକୁରାରେ ଜମୁଛି ନିର୍ବାଚନୀ ପ୍ରଚାର। ଆଜି ସନ୍ଧ୍ୟାରେ ସରିବ ପ୍ରଚାର କାର୍ଯ୍ୟକ୍ରମ। ସେଥିପାଇଁ ତିନି ପ୍ରମୁଖ ଦଳ ପାଟକୁରା ବାସୀଙ୍କୁ ମନେଇବା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ବିଜେଡ଼ି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ମନ୍ତ୍ରୀ ଏବଂ ବିଧାୟକ ମାନେ ପ୍ରଚାର କାର୍ଯ୍ୟରେ ସାମିଲ ଥିଲା ବେଳେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପିର ହେଭିଓ୍ବେଟ ନେତା ଏବଂ ସ୍ଥାନୀୟ କର୍ମୀଙ୍କୁ ନେଇ ପ୍ରଚାର କାର୍ଯ୍ୟ ଚାଲିଛି। କଂଗ୍ରେସ ଦଳ ମଧ୍ୟ ତାର ପ୍ରଚାରକୁ ଯୋରଶୋର କରିଛି। ଏସବୁକୁ ଦେଖିଲେ ବିଜେପି ଓ କଂଗ୍ରେସ ପ୍ରଚାର ଅଭିଯାନ ଜାରି ରଖିଥିଲେ ମଧ୍ୟ ବିଜେଡି ତୁଳନାରେ ପଛରେ ପଡ଼ିଥିବା ଆଲୋଚନା ହେଉଛି।

କଥା ରଖିଲେନି ଦିଲ୍ଲୀପ:
ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଶେଷହେବ ପ୍ରଚାର। କିନ୍ତୁ ବିଜୟଙ୍କ ଘନିଷ୍ଠ ସହଯୋଗୀ ଦିଲ୍ଲୀପଙ୍କୁ ଦେଖିବାକୁ ମିଳିନାହିଁ ପାଟକୁରା ଅଞ୍ଚଳରେ। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ନିର୍ବାଚନରେ ସମସ୍ତ ପ୍ରକାରର ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଥିବା ତାଙ୍କ ବନ୍ଧୁ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟ ନିର୍ବାଚନ ମଇଦାନରେ ତାଙ୍କ ସାଥ ଦେଇନାହାନ୍ତି। ଦିଲ୍ଲୀପ ସମଗ୍ର ପ୍ରଚାର ଅଭିଯାନରୁ ନିଜକୁ ଦୂରେଇ ରଖିଛନ୍ତି। ତେବେ ଏହା ପଛରେ ବିଜେଡିର ହାତ ଥିବା ଶୁଣିବାକୁ ମିଳୁଛି। ଶ୍ରୀ ରାୟଙ୍କୁ ପାଟକୁରା ନଯିବା ପାଇଁ ବିଜେଡି ପକ୍ଷରୁ ଚାପ ପକାଯାଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ପାଟକୁରାରେ ବିଜେଡି ପ୍ରାର୍ଥୀଙ୍କ ଜିତିବା ଦଳ ସୁପ୍ରିମୋଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ବିଜୟଙ୍କ ନିମନ୍ତେ ପ୍ରଚାର ମଇଦାନକୁ ନଓହ୍ଲାଇବାକୁ ତାଙ୍କୁ ପ୍ରବର୍ତ୍ତାଯାଇଥିବା ଅନୁମାନ କରାଯାଉଛି।

Comments are closed.