Odisha Link
Bridging the Missing Links in Odisha

ରିଲିଫ୍‌ ନମିଳିବାରୁ ଅଧିକାରୀଙ୍କୁ ମାଡ଼

ପାଟନା: ବିହାରର ବିଭିନ୍ନ ସ୍ଥାନରେ ବନ୍ୟା ଭୟଙ୍କର ରୂପ ନେଇଥିବାବେଳେ ରିଲିଫ୍‌ ନମିଳିବାରୁ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ମୋତିହାରୀ ଜିଲ୍ଲାରେ ଏଭଳି ଏକ ଘଟଣାରେ କିଛି ଲୋକ ମେଳି କରି ସର୍କଲ ଅଫିସ୍‌ ଘେରାଉ କରିବା ସହ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସେମାନଙ୍କୁ କିଛି ମଧ୍ୟ ରିଲିଫ୍‌ ସାମଗ୍ରୀ ମିଳିନାହିଁ। ଗତ ୫-୬ ଦିନ ଧରି ପିଲାମାନେ ମଧ୍ୟ ଭୋକିଲା ଅଛନ୍ତି। ନା କୌଣସି ସ୍ୱାସ୍ଥ୍ୟ ଅଧିକାରୀ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ନା କୌଣସି ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ନେପାଳ ସୀମାବର୍ତ୍ତୀ ବିହାରର ବେଶ୍‌ କିଛି ଅଂଶରେ ବନ୍ୟା ଭୟଙ୍କର ସ୍ଥିତି ଉପୁଜିଛି। ଚଳିତ ବନ୍ୟାରେ ୭୮ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୫୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

Comments are closed.