Odisha Link
Bridging the Missing Links in Odisha

ଧୋନିଙ୍କ ସନ୍ୟାସକୁ ନେଇ ମୁହଁ ଖୋଲିଲେ ସେହଓ୍ବାଗ, କଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ଓ୍ବିକେଟ ରକ୍ଷକ ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ୟାସ ନେବା ପ୍ରସଙ୍ଗ ଥମିବାର ନାଁ ଧରୁନି। ଧୋନିଙ୍କ ସନ୍ୟାସ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅପନର ବୀରେନ୍ଦ୍ର ସେହଓ୍ବାଗ। ସେ କହିଛନ୍ତି ଯେ, ଧୋନି କେବେ ସନ୍ୟାସ ନେବେ ତାହା କେବଳ ଧୋନି ହିଁ ନିଷ୍ପତ୍ତି ନେଇ ପାରିବେ। ଏହାସହ ଚୟନକର୍ତ୍ତା ନିଜର ରଣନୀତି ବିଷୟରେ ଧୋନିଙ୍କୁ କହିବା ଉଚିତ୍। ଯାହାଫଳରେ ପରବର୍ତ୍ତୀ ସମୟରେ ବିବାଦୀୟ ସ୍ଥିତି ଉପୁଜିବ ନାହିଁ ବୋଲି ସେହଓ୍ବାଗ କହିଛନ୍ତି।

ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସେହଓ୍ବାଗ କହିଛନ୍ତି କି ସନ୍ୟାସ ନେବା ନିଷ୍ପତ୍ତି କେବଳ ଧୋନିଙ୍କ ଉପରେ ଛାଡି ଦିଆଯାଉ। ଏବେ ଚୟନକର୍ତ୍ତାଙ୍କ କାମ ଯେ ତାଙ୍କ ରଣନୀତି କଣ ଏବଂ ଆଗକୁ ତାଙ୍କୁ ସୁଯୋଗ ଦିଆଯିବ ନା ନାହିଁ ସେ ବିପଷୟରେ ଧୋନିଙ୍କ ସହ କଥା ହେବା ଉଚିତ୍‌ ବୋଲି ସେହଓ୍ବାଗ କହିଛନ୍ତି। ସେହଓ୍ବାଗ ଆହୁରି ମଧ୍ୟ କହିଛନ୍ତି, ଖାସ୍ ତାଙ୍କ ସମୟରେ ଚୟନକର୍ତ୍ତା ତାଙ୍କ ଖେଳର ରଣନୀତି ବାବଦରେ ତାଙ୍କୁ ପରିଥିଲେ ହୁଏତ ସେ କହିପାରିଥାନ୍ତେ। ସେହଓ୍ବାଗ ଯେଉଁ ସମୟରେ ଖେଳରୁ ଅବସର ନେଲେ ସେହି ସମୟରେ ଚୟନ କମିଟିର ମୁଖ୍ୟ ଥିଲେ ସନ୍ଦୀପ ପାଟିଲ। ଟିଭିରେ ଚାଲିଥିବା ଡିବେଟରେ ମଧ୍ୟ ଅଂଶଗ୍ରହଣ କରିଥିଲେ ସନ୍ଦିପ ପାଟିଲ।

ସେହଓ୍ବାଗ ପ୍ରଶ୍ନପରେ ସନ୍ଦୀପ ପାଟିଲ କହିଥିଲେ, ସଚିନ ତେନ୍ଦୁଲକରଙ୍କ ସହ ଆଲୋଚନ କରିବା ପାଇଁ ମୋତେ ଓ ରାଜିନ୍ଦର ସିଂହଙ୍କୁ ଦାୟିତ୍ବ ଦିଆଯାଇଥିଲା କିନ୍ତୁ ବିରେନ୍ଦ୍ର ସେହଓ୍ବାଗଙ୍କ ସହ ଆଲୋଚ କରିବା ପାଇଁ ବିକ୍ରମ ରାଠୋରଙ୍କୁ ଦାୟିତ୍ବ ଦିଆଯାଇଥିଲା। ସନ୍ଦୀପ ପାଟିଲ ଯେତେବେଳେ ବିକ୍ରମ ରାଠୋରଙ୍କୁ ସେହଓ୍ବାଗ ବାବଦରେ ପଚାରିଥିଲେ, ସେହଓ୍ବାଗଙ୍କ ସହ ଆଲୋଚନା ହୋଇସାରିଛି ବୋଲ ସେ କହିଥିଲେ। ପାଟିଲଙ୍କ କଥା ସରିବା ପରେ ସେହଓ୍ବାଗ କହିଥିଲେ, ବିକ୍ରମ ରାଠୋର ମୋ ସହିତ ସେତେବେଳେ କଥା ହୋଇଥିଲେ କିନ୍ତୁ ମୁଁ ଟିମରୁ ବାହାରିବା ପରେ । ଟିମରୁ ବାହାରିବା ପରେ କଥା ହେବାର କିଛି ମାନେ ନାହିଁ ବୋଲି ସେହଓ୍ବାଗ କହିଥିଲେ।

Comments are closed.