Odisha Link
Bridging the Missing Links in Odisha

ବଡ଼ଚଣା: ହଠାତ କଲେଜରେ ପହଞ୍ଚିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଯାଜପୁର: ଅଧ୍ୟକ୍ଷ, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଚକିତ କରି ଅଚାନକ ଆଜି ମହାବିଦ୍ୟାଳୟ ପରିସରରେ ପହଞ୍ଚି ଯାଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ। କୌଣସି ପୂର୍ବସୂଚନା ନ ଦେଇ ମନ୍ତ୍ରୀ ଶ୍ରୀ ସାହୁ ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା ବଡ଼ଚଣାରେ ଥିବା ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟରେ ପହଞ୍ଚି ଯାଇଥିଲେ।

ପ୍ରାୟ ଏକ ଘଣ୍ଟା କାଳ ଶ୍ରୀ ସାହୁ ମହାବିଦ୍ୟାଳୟ ପରିସରରେ ବିତାଇବା ସହ ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ମହାବିଦ୍ୟାଳୟ ପରିସର ଛାଡ଼ିବା ପୂର୍ବରୁ ମନ୍ତ୍ରୀ ଶ୍ରେଣୀ ଗୃହକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ଠିକରେ ପାଠପଢ଼ା ହେଉଛି କି ନାହିଁ, ପିଲାମାନଙ୍କର କ’ଣ ଅଭାବ ଅସୁବିଧା ରହିଛି- ସେ ସମ୍ପର୍କରେ ପଚାରି ବୁଝିଥିଲେ ଶ୍ରୀ ସାହୁ। ପିଲାମାନଙ୍କ ସମ୍ମୁଖରେ ଏକ ନାତିଦୀର୍ଘ ଭାଷଣ ବି ରଖିଥିଲେ ଶ୍ରୀ ସାହୁ। ଯୁବସୁଲ୍ଲଭ ମନ୍ତ୍ରୀଙ୍କୁ ହଠାତ ନିଜ ଗହଣରେ ପାଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା।

Comments are closed.