Odisha Link
Bridging the Missing Links in Odisha

କୁଆଡ଼େ ଗଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଡିଟ୍‌ ରିପୋର୍ଟ : ନରସିଂହ ମିଶ୍ର

ଭୁବନେଶ୍ୱର: ଓଡ଼ିଶା ବିଶ୍ୱବିଦ୍ୟାଳୟ ଆକ୍ଟ ୧୯୮୯ର ଉଲ୍ଲଂଘନ ହେଉଛି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି। ଏହି ଆଇନ ଅନୁସାରେ ରାଜ୍ୟର କୌଣସି ବିଶ୍ୱବିଦ୍ୟାଳୟ ସେମାନଙ୍କ ଅଡିଟ୍ ରିପୋର୍ଟ ଗୃହରେ ଉପସ୍ଥାପନ କରୁନାହାନ୍ତି।
ବିଗତ ୨୦ ବର୍ଷ ଧରି ବିଧାନସଭାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଅଡିଟ୍ ରିପୋର୍ଟ ଉପସ୍ଥାପିତ ହୋଇନଥିବାରୁ ଏହା ପଛରେ ଦୁର୍ନୀତି ସ୍ପଷ୍ଟ ବାରି ହେଉଥିବା କହିଛନ୍ତି ନରସିଂହ। ତେଣୁ ସରକାର ଏହା ଉପରେ ଗୁରୁତ୍ୱ ଦେଇ ଗୃହରେ କିପରି ଅଡିଟ୍ ରିପୋର୍ଟ ଉପସ୍ଥାପନ ହେବ, ସେଥିପାଇଁ ସେ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ଏ ପ୍ରସଙ୍ଗରେ ଗୃହ ମୁଲତବୀ କରି ଆଲୋଚନା କରିବାକୁ ଦାବି କରିଥିଲେ କଂଗ୍ରେସ ବିଧାୟକ। ଏହି ପ୍ରସଙ୍ଗକୁ ନେଇ ଗୃହରେ ହୋହାଲ୍ଲା ହେବାରୁ ବାଚସ୍ପତି ଗୃହକୁ ପ୍ରଥମେ ୧୨ ଟା ୩୦ ଯାଏ ଓ ପରେ ଦିନ ୩ ଯାଏ ମୁଲତବି ଘୋଷଣା କରିଥିଲେ। ସେପଟେ ଗୃହକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ।

Comments are closed.