Odisha Link
Bridging the Missing Links in Odisha

ମାମୁଁଙ୍କୁ ମାରିଦେଲା ଭାଣିଜୀ

ବାଲେଶ୍ୱର: ଭାଣିଜୀର କାଠ ଫାଳିଆ ମାଡ଼ରେ ମାମୁଁର ମୃତ୍ୟୁ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଚାନ୍ଦିପୁର ଥାନା ସାହାଦା ଗ୍ରାମରେ ଏହି ଅଘଟଣ ଘଟିଛି । ଅନ୍ୟପକ୍ଷରେ ପୁଲିସ ଅଭିଯୁକ୍ତ ଭାଣିଜୀକୁ ଗିରଫ କରିଛି ।
ସୂଚନା ଅନୁସାରେ, ବିଭିନ୍ନ କାରଣରୁ ଉଭୟ ମାମୁଁ ଓ ଭାଣିଜୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ତେବେ ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ବେଳେ ଭାଣିଜୀ ମାମୁଁଙ୍କୁ ପିଟିଥିଲେ । ମାମୁଁର ମୁଣ୍ଡକୁ କାଠ ଫାଳିଆରେ ଭାଣିଜୀ ପିଟି ଦେବାରୁ ସେ ଗୁରୁତର ଆହତ ହୋଇଥିଲେ । ପରେ ମାମୁଁଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Comments are closed.