Odisha Link
Bridging the Missing Links in Odisha

ଆମେରିକାରେ ହଟହଟା ହେଲେ ଇମରାନ ଖାନ୍‌, ଭାଷଣ ଦେଉଥିବାବେଳେ ତୀବ୍ର ବିରୋଧ

ୱାଶିଂଟନ୍‌: ଆମେରିକାରେ ହଟହଟା ହେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌। ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିଥିବା ଇମରାନ ଖାନ୍‌ଙ୍କୁ ବାରମ୍ବାର ସେଠାରେ ଅପମାନିତ ହେବାକୁ ପଡ଼ୁଛି। ପ୍ରଥମେ ତାଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରକୁ କେହି ବି ଆସି ନ ଥିଲେ। ଯେଉଁଥିପାଇଁ ସେ ବାଧ୍ୟ ହୋଇ ମେଟ୍ରୋରେ ଯାଇଥିଲେ। ଏହା ପରେ ୱାଶଂଟନ୍‌ ଡିସିରେ ଆୟୋଜିତ ଏକ ସଭାରେ ଭାଷଣ ଦେଇଥିବାବେଳେ ତାଙ୍କୁ ତୀବ୍ର ବିରୋଧ କରାଯାଇଛି। ବେଲୁଚ, ମୁତ୍ତହିଦା କାସ୍‌ମୀ ମୁଭ୍‌ମେଣ୍ଟ ଏବଂ ଅନ୍ୟ ଲଘୁ ସଂପ୍ରଦାୟର ବ୍ୟକ୍ତିମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।

ଇମ୍ରାନ୍‌ ୱାଶଂଟନ୍‌ ଡିସିରେ ଭାଷଣ ଦେଉଥିବାବେଳେ ପ୍ରଥମେ ବେଲୁଚ ଲୋକମାନେ ବିରୋଧ କରିଥିଲେ। ଏହା ପରେ ଏମ୍‌କ୍ୟୁଏମ୍‌ର ସଦସ୍ୟମାନେ ମଧ୍ୟ ଇମରାନଙ୍କୁ ବିରୋଧରେ ସ୍ୱର ଉଠାଇଥିଲେ। ବେଲୁଚିସ୍ତାନରେ ବେଲୁଚ ଲୋକଙ୍କ ସହିତ ହେଉଥିବା ଅତ୍ୟାଚାର ପ୍ରସଙ୍ଗ କହିଥିଲେ। ଏହା ପରେ ପାକିସ୍ତାନ ସରକାର ଓ ଇମରାନ ଖାନ୍‌ଙ୍କ ବିରୋଧରେ ନାରାବାଜି କରିଥିଲେ। ଯାହାର ଭିଡ଼ିଓ ଭାଇରାଲ ହୋଇଛି। ତେବେ ଆଜି ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.