Odisha Link
Bridging the Missing Links in Odisha

ଆନନ୍ଦ କୁମାର ଭୁବନେଶ୍ବରରେ ଗୋଟିଏ ଦିନ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଗତ ରବିବାର ଦିନ ‌ଭୁବନେଶ୍ବରର ଆଦ୍ୟାନ୍ତ ବିଜ୍ଞାନ ମହାବିଦ୍ୟାଳୟ ଓ ଆକାଶ ଇନଷ୍ଟିଚ୍ୟୁଟ୍‌ ପାଇଁ ଥିଲା ବେଶ୍‌ ସ୍ମରଣୀୟ ଦିନ। ପୂରା ଗୋଟିଏ ଦିନ ଛାତ୍ରଛାତ୍ରୀଙ୍କ ଗହଣରେ ବିତାଇଥିଲେ ସୁପର ୩୦ କାର୍ଯ୍ୟକ୍ରମର ଗନକ ଆନନ୍ଦ କୁମାର। କେବଳ ସେତିକି ନୁହେଁ ପିଲାମାନଙ୍କ ସହ ସଂଧ୍ୟାରେ କେଶରୀ ସିନେମା ହଲରେ ‘ସୁପର ୩୦’ ଚଳଚ୍ଚିତ୍ର ବି ଦେଖିଥିଲେ ପାଟନାର ଏହି ପ୍ରସିଦ୍ଧ ଗଣିତଜ୍ଞ ଓ ଶିକ୍ଷାବିତ।

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଆନନ୍ଦ କୁମାର ଓ ତାଙ୍କ ଭାଇ ପ୍ରଣବ କୁମାରଙ୍କୁ ସ୍ବାଗତ କରିଥିଲେ ଆଦ୍ୟାନ୍ତ ବିଜ୍ଞାନ ମହାବିଦ୍ୟାଳୟର ପ୍ରତିଷ୍ଠାତା ଓ ଭୁବନେଶ୍ବର ଆକାଶ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଶିକ୍ଷାବିତ ଅଜୟ ବାହାଦୂର ସିଂହ। ପରେ ଗଙ୍ଗପଡ଼ା ଠାରେ ଥିବା ଆଦ୍ୟାନ୍ତ କ୍ୟାମ୍ପସକୁ ଯାଇ ଛାତ୍ରଛାତ୍ରୀଙ୍କ ଗହଣରେ ବେଶ୍‌ କିଛି ସମୟ ଅତିବାହିତ କରିଥିଲେ ଆନନ୍ଦ କୁମାର। ସେଠାରୁ ଆସି ମଧୁସୂଦନ ନଗର ସ୍ଥିତ ଆକାଶ ଇନଷ୍ଟିଚ୍ୟୁଟରେ ପ୍ରଶିକ୍ଷାର୍ଥୀଙ୍କୁ ସଫଳତାର ସୂତ୍ର ବତାଇଥିଲେ ଆନନ୍ଦ କୁମାର।

ଅପରାହ୍ଣରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଭାବ ବିନିମୟ କରିଥିଲେ ଆନନ୍ଦ କୁମାର। ସଂଧ୍ୟାରେ ତାଙ୍କ ଜୀବନ କାହାଣୀକୁ ନେଇ ହ୍ରିତିକ୍‌ ରୋଶନଙ୍କ ଅଭିନୀତି ବଲିଉଡ ସିନେମା ‘ସୁପର ୩୦’କୁ ସଂଧ୍ୟାରେ ଛାତ୍ରଛାତ୍ରୀଙ୍କ ଗହଣରେ ଦେଖିଥିଲେ ଆନନ୍ଦ କୁମାର।

 

Comments are closed.