Odisha Link
Bridging the Missing Links in Odisha

୧୧୨୩ କେଜି ଗଞ୍ଜେଇ ଜବତ ଗଲା ଅର୍କେଲ ପୁଲିସ

ମାଲକାନଗିରି : ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ନିକଟସ୍ଥ ଖାତଲାଗୁଡା ଜଙ୍ଗଲରୁ ଅର୍କେଲ ପୁଲିସ ମଙ୍ଗଳବାର ଏକ ଟିମ ସହିତ ଚଢ଼ାଉ କରି ୧୧୨୩କେଜି ଗଞ୍ଜେଇ ଜବତ କରିବାସହ ୨ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ପୁଲିସ କୁଡୁମୁଲୁଗୁମ୍ମା ନିକଟସ୍ଥ ଖାତଲାଗୁଡା ଜଙ୍ଗଲରେ ଏକ ଟିମ କରି ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଉଭୟଙ୍କ ଭିତରେ ଗୁଳି ବିନିମୟ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଗୁଳି ବିନିମୟ ସମୟରେ ୬୦ ଜଣ ଗଞ୍ଜେଇ ଚୋରାଚାଲାଣ କାରି ଛତ୍ର ଭଙ୍ଗ ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୨ ଜଣ ପୁଲିସ ହାତରେ ଧରାପଡ଼ିଥିଲେ ।

Comments are closed.