Odisha Link
Bridging the Missing Links in Odisha

ପରକୀୟାପ୍ରୀତିରେ ବଳିପଡିଲା ନିରୀହ ଜୀବନ

ଯାଜପୁର : ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଗୁଣ୍ଡୁରିପଡା ଗାଁରେ ଲୋମହର୍ଷଣକାରୀ ଘଟଣା । ଭାଉଜ-ଦିଅର ପ୍ରେମରେ ବଳି ପଡିଗଲା ଦିଅରର ପତ୍ନୀ ରୀତା । ଭାଉଜ ଓ ଦିଅର ପ୍ରେମରେ କଣ୍ଟା ସାଜିଥିବା ନିରୀହ ରୀତାକୁ ସବୁଦିନ ପାଇଁ ଯିବାକୁ ପଡିଲା ଆରପରିକୁ । ଏଭଳି ଅଭିଯୋଗ ଆଣିଛନ୍ତି ମୃତ ରୀତଙ୍କ ପରିବାର ଲୋକ । ସେପଟେ ଘଟଣାର ସମ୍ପୂର୍ଣ ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ମିଳିବ ବୋଲି କହିଛନ୍ତି ଯାଜପୁର ଉପଖଣ୍ଡ ଥାନା ଅଧିକାରୀ ।
ଗତ ୨୦୧୬ ମସିହା ଜୁଲାଇ ୧୪ ତାରିଖରେ ବିଞ୍ଝାର ପୁର ଥାନା ଅନ୍ତର୍ଗତ ଗୁଣ୍ଡୁରିପଡା ଗ୍ରାମର ଦିଗାମ୍ବର ଦଲାଇଙ୍କୁ ବୈଦିକରୀତିରେ ବିଭାହ କରିଥିଲେ ରୀତା । ବେଶ ହସ ଖୁସିରେ ଚାଲିଥିଲା ତାଙ୍କ ସଂସାର । ଏହି ହସ ଖୁସିର ସଂସାରରେ ନଜର ପଡିଥିଲା ଭାଉଜ ଶାନ୍ତିଲତା ଦଳାଇଙ୍କର । ଆଉ ଆରମ୍ଭ ହୋଇଯାଇଥିଲା ରୀତାଙ୍କ ସଂସାରରେ ବିଭ୍ରାଟ । ଯାହାର କରୁଣ ଚିତ୍ର ଦେଖିବାକୁ ମିଳିଛି ଆଜି ସକାଳେ ।
ସେପଟେ ଭାଉଜ ଶାନ୍ତିଲତା ସହ ଦିଅର ଦିଗାମ୍ବରର ବାରମ୍ବାର ଅନୈତିକ ସମ୍ପର୍କ କୁ ନେଇ ପତ୍ନୀ ରୀତା ବିରୋଧ କରିବାରୁ ରୀତାଙ୍କ ଉପରେ ହୁଏ ଅକଥନୀୟ ଅତ୍ୟାଚାର । ତେବେ ବାରମ୍ବାର ଏଭଳି ଅତ୍ୟାଚାରର ରୀତା ସମ୍ମୁଖୀନ ହେବା ପରେ ଏ ସମ୍ପର୍କରେ ଜଣାଇଥିଲେ ବାପ ଘରକୁ । ଏହି ଘଟଣା ଜାଣିବା ପରେ ରୀତାଙ୍କର ବାପା ଦମଦାର ଦଳାଇ ରୀତାଙ୍କର ଶାଶୁ ଘରକୁ ଆସି ଦୁଇ ଦୁଇ ଥର ନ୍ୟାୟ ନିଶାପ ବସାଇ ସମାଧାନ କରିବାକୁ ଚେଷ୍ଟା କରିଥିଲେ । ହେଲେ ହୋଇ ପାରିନଥିଲା ଏହାର ସମାଧାନ । ଆଶାଥିଲା ଦିଗାମ୍ବର ସୁରଟରୁ ଫେରିବାପରେ ହୁଏତ ହୋଇପାରିଥାନ୍ତା ଏହାର କିଛି ସମାଧାନ । କିନ୍ତୁ ତା ପୂର୍ବରୁ ଶେଷ ହୋଇଗଲା ରିତାର ଜୀବନ କାହାଣୀ । ଏହି ଘଟଣାର ରୀତାର ପରିବାର ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ ଯାଜପୁର ଏସଡ଼ିପିଓ ରବୀନ୍ଦ୍ର ଜେନା ଘଟଣାସ୍ଥଳରେ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ କରିବା ସହ ଅଧିକ ତଦନ୍ତ ପାଇଁ ଡଗ ସ୍କାର୍ଡ ଓ ସାଇଣ୍ଟିଫିକ ଟିମର ସହାୟତା ନେଇଛନ୍ତି ।

Comments are closed.