Odisha Link
Bridging the Missing Links in Odisha

ଧ୍ୟାନ ମୁଦ୍ରାରେ ମାନ୍ୟବର

ଭୁବନେଶ୍ବର : ଜେଲରୁ ମୁକୁଳିବା ଖୁସିରେ ଗତକାଲିଠାରୁ ଅନ୍ନଜଳ ସ୍ପର୍ଶ କରୁନାହାନ୍ତି ବାବା ସାରଥୀ ଓରଫ୍ ସନ୍ତୋଷ ରାଉଳ । ଏପରିକି ଗତକାଲିଠାରୁ ବାବା କାହା ସହ କଥାବାର୍ତ୍ତା ବି ହେଉନାହାଁନ୍ତି । ଖାଲି ଗୋଟିଏ ସ୍ଥାନରେ ଚେକାମୁଠି ପକେଇ ଧ୍ୟାନ ମଗ୍ନରେ ବସିରହିଛନ୍ତି ସାରଥୀ । ଆଜି ସକାଳୁ ବି ବାବା ସ୍ନାନ ସାରି ଧ୍ୟାନ ମୁଦ୍ରାରେ ବସିଛନ୍ତି । ଆଉ ଖାଇବା ପିଇବା ମଧ୍ୟ ଛାଡି ଦେଇଛନ୍ତି ।
ତେବେ ସାରଥୀଙ୍କ ଓକିଲ ଚୈଦ୍ୱାର ଜେଲ୍ ଆସି ତାଙ୍କ ଦସ୍ତଖତ ନେଇ କେନ୍ଦ୍ରାପଡା ଦୈରାଜର୍ଜ କୋର୍ଟକୁ ଯାଇଥିବା ବେଳେ ରିଲିଜ୍ ଅର୍ଡର ଆସିଲେ ମାନ୍ୟବର ଚୈଦ୍ୱାର ଜେଲରୁ ଆଜି ସଂଧ୍ୟା ସୁଦ୍ଧା ମୁକୁଳିବା ନେଇ ସମ୍ଭାବନା ରହିଛି । ତେବେ ଚୈଦ୍ୱାର ଜେଲରେ ବର୍ତ୍ତମାନ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ।
ଚାରି ବର୍ଷ ପରେ ଜେଲର ଚାରି କାନ୍ଥରୁ ବାହାରିବେ ବାବା ସାରଥୀ ଓରଫ ସନ୍ତୋଷ ରାଉଳ । ସାରଥୀ ସାମ୍ରାଜ୍ୟର ପ୍ରତିଷ୍ଠାତା ଜେଲରେ ୪ ବର୍ଷ ବିତାଇବା ପରେ ବାବାଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ ।

Comments are closed.