Odisha Link
Bridging the Missing Links in Odisha

ବିଜେପିର ଅନୁଗୋଳ ବନ୍ଦ ଡାକରା

ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ବିଗୁଡୁଥିବା ଆଇନଶୃଙ୍ଖଳା ଓ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି | ୩ ଦଫା ଦାବି ନେଇ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ପଦବୀ ପୂରଣ ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି | ଗତ ଶନିବାର ରାତିରେ ଅନୁଗୁଳ ବସ୍ ଷ୍ଟାଣ୍ଡ୍ ପରିସରସ୍ଥ ଦୋକାନ ବାରଣ୍ଡାରେ ଶୋଇଥିବା ଏକ ଯାଯାବର ଦମ୍ପତିଙ୍କ କୋଳରୁ ତାଙ୍କ ଆଠ ବର୍ଷୀୟ ଝିଅକୁ ଉଠାଇ ଦୁଷ୍କର୍ମ କରାଯିବା ପରେ କ୍ଷତାକ୍ତ ଅବସ୍ଥାରେ ତାକୁ ଡ୍ରେନ୍ ରେ ଫିଙ୍ଗି ଦିଆଯାଇଥିଲା |
ସେହିପରି ୫ ଦିନରେ ଦୁଇଟି ମୃତଦେହରୁ ଆଖି ଗାୟବ ହୋଇଥିବାବେଳେ ପୋଲିସର ପଦକ୍ଷେପକୁ ନେଇ ବିଜେପି ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି | ଶୁକ୍ରବାର ୪ ବର୍ଷର ଝିଅର ମୃତଦେହରୁ ଆଖି ଗାୟବ ହେବା ଘଟଣା ପରେ ଗତକାଲି ଜଣେ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଆଖି ମଧ୍ୟ କେହି ତାଡ଼ିନେଇଛି | ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

Comments are closed.