Odisha Link
Bridging the Missing Links in Odisha

ଟିକେ ବର୍ଷାରେ ଜୀବନ ନେଲା ରାଜଧାନୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଘଟିଛି ଏକ ଅଭାବନୀୟ ଘଟଣା। ଜୟଦେବ ବିହାର ନିକଟସ୍ତ ସାଲିଆ ସାହି ନିକଟରେ ଏକ ଉନୁକ୍ତ ଡ୍ରେନରେ ପଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣକ ହେଲେ ସାଲିଆସାହିର ଆଦିବାସୀ ଗାଁର ଆକାମ୍ମା (୬୦)।

ସୂଚନା ଅନୁସାରେ ଆଜି ଦିନସାରା ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ଜୟଦେବ ବିହାରର ଏକାମ୍ର ଭିଲ୍ଲା ଛକ ଜଳମଗ୍ନ ହୋଇପଡ଼ିଥିଲା। ରାସ୍ତା ଓ ଡ୍ରେନ ପାଣିରେ ବୁଡି ରହିଥିବାରୁ ରାସ୍ତା ଓ ଡ୍ରେନ ମଧ୍ୟରେ ଫରକ ଜାଣିବା ମୁସ୍କିଲ ହୋଇପଡୁଛି। ତେବେ ବୃଦ୍ଧା ଜଣକ ଡ୍ରେନ୍‌ରେ ପଡ଼ି ଭାସିଯାଇଥିଲେ। ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Comments are closed.