Odisha Link
Bridging the Missing Links in Odisha

ରାଜ୍ୟ ବାହାରେ ସାରଥି

ଭୁବନେଶ୍ବର : ଜେଲରୁ ଆସିବା ପରେ କେଉଁଠି ସାରଥି ଅଛନ୍ତି ବୋଲି ସମସ୍ତ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା । ସର୍ତମୂଳକ ଜାମିନରେ ସାରଥୀଙ୍କୁ ବାରିମୂଳ ଯିବାକୁ କୋର୍ଟ ମନା କରିଥିବା ବେଳେ ସାରଥୀ କେଉଁ ଆଡକୁ ଗଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ସାରଥୀଙ୍କ ନୂଆ ଠିକଣାକୁ ନେଇ ଭକ୍ତ ମଧ୍ୟ ସନ୍ଦେହରେ ରହିଥିଲେ । ଆଉ ଏସବୁ ଭିତରେ ସାରଥୀଙ୍କ ନୂଆ ଠିକଣା ଉପରୁ ପରଦା ହଟାଇଛନ୍ତି ତାଙ୍କର ଓକିଲ ମାନସ ଚାନ୍ଦ ।
ଜେଲରୁ ମୁକୁଳିବା ପରେ ସନ୍ତୋଷ ରାଉଳ ଓରଫ ସାରଥୀ ରାଜ୍ୟ ବାହାରକୁ ଚାଲି ଯାଇଥିବା ସୂଚନା ଦେଇଛନ୍ତି ତାଙ୍କ ଓକିଲ ମାନସ ଚାନ୍ଦ । ମିଳିଥିବା ସୂଚନା ମୁତାବକ, ସାରଥୀ ଏବେ କୋଲକାତାର ଏକ ଅଜ୍ଞାତ ସ୍ଥାନରେ ରହିଛନ୍ତି । ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ସାରଥୀ କୋଲକାତା ଚାଲିଯାଇଥିବା ଚର୍ଚ୍ଚା ହେଉଛି ।
ଏହାଛଡା ରାଜ୍ୟ ବାହାରକୁ ଯିବା ନେଇ କୋର୍ଟଙ୍କର କୌଣସି ବାରଣ ନଥିବା କହିଛନ୍ତି ସାରଥୀଙ୍କ ଓକିଲ । ତେବେ ରାଜ୍ୟ ବାହାର୍ରୁ ଯିବା ପୂର୍ବରୁ ଆଇଓଙ୍କୁ ଜଣାଇ ବାହାରକୁ ଯାଇପାରିବେ । ଯେଉଁ ସ୍ଥାନକୁ ଯାଉଛନ୍ତି ସେଠିକାର ଠିକଣା ଓ ଟେଲିଫୋନ ନମ୍ବର ଦେଇ ସାରଥୀ ରାଜ୍ୟ ବାହାରକୁ ଯାଇପାରିବେ ବୋଲି ମାନସ କହିଛନ୍ତି । ଯାହାଦ୍ୱାରା ତାଙ୍କ ସହ ଯୋଗାଯୋଗ କରାଯାଇପାରିବ ଓ ସେ କୌଣସିମତେ ଦେଶ କିମ୍ବା ରାଜ୍ୟ ବାହାରକୁ ଯାଇପାରିବେ ନାହିଁ ।

Comments are closed.