Odisha Link
Bridging the Missing Links in Odisha

ଧରାପଡ଼ିଲା କଟକ ସିରିଏଲ କିଲର୍!

କଟକ: ତିନିଦିନ ଧରି ପୁଲିସର ନିଦ ହଜାଇଦେଇଥିବା ଓ କଟକ ସହରବାସୀଙ୍କୁ ଭୟଭୀତ କରି ରଖିଥିବା ସିରିଏଲ୍‌ କିଲର ବାବଦରେ ସୂଚନା ପାଇଛି କମିଶନରେଟ୍‌ ପୁଲିସ। ଜଣେ ମାନସିକ ରୋଗୀ (ସାଇକିଆଟ୍ରିକ୍) ହତ୍ୟାଘଟଣାରେ ଜଡ଼ିତ ଥିବା ସୁରାକ ପାଇଛି ପୁଲିସ। ସନ୍ଦିଗ୍ଧ ହତ୍ୟାକାରୀ ଜଣକ ବୃତ୍ତିରେ ଜଣେ ଜରିଗୋଟାଳି ଓ କିଛି ଦିନ ପୂର୍ବରୁ ସେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ସାଇକିଆଟ୍ରିକ୍‌ ବିଭାଗରେ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁଲିସ ହତ୍ୟାକାରୀକୁ ଠାବ କରିବାରେ ସଫଳ ହୋଇଛି। ହତ୍ୟାକାରୀ ଜଣେ ମାନସିକ ରୋଗୀ ହୋଇଥାଇପାରେ ବୋଲି ପୁଲିସ ପୂର୍ବରୁ ସନ୍ଦେହ ପ୍ରକଟ କରୁଥିଲା। ସେଇ ଆଧାରରେ ଖୋଳତାଡ଼ କରି ଶେଷରେ ତା ବାବଦରେ ତଥ୍ୟ ହାସଲରେ ସମର୍ଥ ହୋଇଛି ପୁଲିସ।

କିଛିଦିନ ତଳେ କଟକରେ ତିନିଜଣ ଦିନ ମଜୁରିଆଙ୍କୁ କେହି ଗଳାକାଟି ହତ୍ୟା କରିଥିଲା। ତିନୋଟି ହତ୍ୟା ସମାନ ଧରଣର ହୋଇଥିଲା। ଏ ଘଟଣା ପରେ ସହରରେ ଆତଙ୍କ ଖେଳି ଯାଇଥିବା ବେଳେ ପୁଲିସ ରାତିସାରା ସହରର ସନ୍ଦିଗ୍ଧ ସ୍ଥାନ ଖୋଜଖୋଜି କରିବା ସହ ସହର ସାରା ପଇଁତରା ମାରିଥିଲା। ଗତକାଲି ରାତିରେ ସ୍ଥାନୀୟ ବିଧାୟକ ବି ରାତ୍ରି ପହରାରେ ସାମିଲ ହୋଇଥିଲେ।

Comments are closed.