Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ମତିଭ୍ରମ, ପଢ଼ନ୍ତୁ କାହିଁକି

ଡେରାଡୁନ୍: ଜୀବଜଗତର ସବୁ ପଶୁପକ୍ଷୀ ଅମ୍ଳଜାନ ଗ୍ରହଣ କରନ୍ତି ଓ ଅଙ୍ଗାରକାମ୍ଲ ଛାଡ଼ନ୍ତି ବୋଲି ଆମେ ସମସ୍ତେ ଜାଣନ୍ତି। କିନ୍ତୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଏ ବୈଜ୍ଞାନିକ ତତ୍ତ୍ବକୁ ମାନିବାକୁ ନାରାଜ। ତାଙ୍କ ମତରେ ଗାଈ ହେଉଛି ଏକମାତ୍ର ଜନ୍ତୁ ଯିଏ ନିଶ୍ବାସରେ ଅମ୍ଲଜାନ ଛାଡ଼ିଥାଏ।

ରବିବାର ଦିନ ଡେରାଡୁନରେ ଏକ ସଭାରେ ଭାଷଣ ଦେବା ଅବସରରେ ଏଭଳି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କ ମୁହଁରୁ ଏଭଳି ଭ୍ରମାତ୍ମକ ତଥ୍ୟ ଶୁଣି ତାଙ୍କର ମତିଭ୍ରମ ହୋଇଥିବା ଅନେକେ ମନେ କରିଥିଲେ।

ମୁଖ୍ୟମନ୍ତ୍ରୀ ରାଓ୍ବତ କହିଥିଲେ,

ଗାଈ ଏକମାତ୍ର ପଶୁ ଯିଏ ଅମ୍ଳଜାନ ଗ୍ରହଣ କରିଥାଏ ଓ ଅମ୍ଳଜାନ ଛାଡ଼ିଥାଏ। ଗାଈ ପାଖରେ ବାସକଲେ ଯକ୍ଷ୍ମା ରୋଗ ଭଲ ହୋଇଥାଏ ଏବଂ ତାକୁ ଆଉଁସିଲେ ଶ୍ବାସଜନିତ ସମସ୍ୟା ଦୂର ହୋଇଥାଏ।

ବିଜେପି ନେତାମାନେ ପୂବ’ରୁ ମଧ୍ୟ ଏଭଳି ହାସ୍ୟାସ୍ପଦ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଗତ ଶଦିବାର ଦିନ ଉତ୍ତରାଖଣ୍ଡ ବିଜେପି ସଭାପତି ତଥା ନୈନତାଲ ସାଂସଦ ଅଜୟ ଭଟ୍ଟ କହିଥିଲେ ଯେ ଉତ୍ତରାଖଣ୍ଡର ବାଗେଶ୍ବର ଜିଲ୍ଲାରେ ଥିବା ଗରୁଡ଼ଗଙ୍ଗାରୁ ପାଣି ପିଇଥିବା ଗର୍ଭବତୀ ମହିଳାଙ୍କର ବିନା ଅସ୍ତ୍ରୋପଚାରରେ ସନ୍ତାନ ପ୍ରସବ ସମ୍ଭବ ହେବ।

Comments are closed.