Odisha Link
Bridging the Missing Links in Odisha

ବାଂଶପାଳରେ ହାତୀ ଆତଙ୍କ

ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ବିଜେପି ରେଞ୍ଜ୍ କୁଶକଳାରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ୯ ଟିକିଆ ହାତୀପଲ ଗ୍ରାମରେ ପଶି ବାବୁଲା ମୁଣ୍ଡାଙ୍କ ଘର ଭାଙ୍ଗିବା ସହିତ ମହି ମହାନ୍ତ ଏବଂ ଗୁରୁ ମହାନ୍ତଙ୍କ ଜମିରେ ପଶି ଧାନ ତଳି ଦଳି ଚକଟି ନଷ୍ଟ କରିଦେଇଛନ୍ତି ।
ଦିନବେଳେ ହାତୀ ପଲ ଚା ବାଗାନ୍ ଜଙ୍ଗଲରେ ରହି ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି । ଫଳରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ହାତୀ ପଲଙ୍କୁ ଘଉଡାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Comments are closed.