Odisha Link
Bridging the Missing Links in Odisha

ସରକାରୀ ଗାଡ଼ିରେ ଚାଲିଛି ଖେଳ

ରାୟଗଡ଼ା: ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା କିପରି ରାଜ୍ୟରେ କୋଣ ଅନୁକୋଣରେ ପହଞ୍ଚିବ ସେଥିପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଗାଁ ଗାଁରେ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟବିଭାଗ ତରଫରୁ ଭ୍ରାମ୍ୟମାଣ ଗାଡ଼ି ମଧ୍ୟ ଯୋଗାଇ ଦିଆଯାଇଛି। ଏହି ଗାଡ଼ିରେ ଜଣେ ଡାକ୍ତର, ଫର୍ମାସିଟ୍‌ ଓ ସେବିକା ଗାଁ ଗାଁ ବୁଲି ସ୍ୱାସ୍ଥ୍ୟସେବା ତଦାରଖ କରନ୍ତି।

ହେଲେ ଏଥିରେ ଦେଖିବାକୁ ମିଳିଛି କିଛି ବ୍ୟତିକ୍ରମ। ସ୍ୱାସ୍ଥ୍ୟସେବା ଯୋଗାଇବା ବଦଳରେ ଭ୍ରାମ୍ୟମାଣ୍ୟ ଗାଡିରେ କର୍ମଚାରୀମାନେ ବସି ତାସ ଖେଳୁଥିବା ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର କୁରଲି ଅଞ୍ଚଳରେ। ସ୍ୱାସ୍ଥ୍ୟବିଭାଗର ଏକ ଟିମ୍‌ ଗାଁକୁ ଯାଇ ସ୍ୱାସ୍ଥ୍ୟସେବା ଯୋଗାଇଦେବା ବଦଳରେ ଗାଡ଼ି ଭିତରେ ଜୁଆ ଆଡ୍ଡା ଜମାଇଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ଏଭଳି ଘଟଣା ସାମ୍ନାକୁ ଆସିଲା ପରେ ସ୍ବାସ୍ଥ୍ୟବିଭାଗ କଣ ନିଷ୍ପତ୍ତି ନେଉଛି ତାହା ଦେଖିବାକୁ ବାକି ରହିଲା।

Comments are closed.