Odisha Link
Bridging the Missing Links in Odisha

କୁକୁଡ଼ା ପାଇଁ ନାବାଳକକୁ ପିଟି ପିଟି ହତ୍ୟା ଅଭିଯୋଗ

ରାଉରକେଲା : ରାଉକେଲା ହାତୀବାରୀ ଥାନା ଅନ୍ତର୍ଗତ ଗୋପୁର ଗୁମ୍ଭାରପଡ଼ା ଗାଁରେ ସୋବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସାଧାରଣ କୁକୁଡ଼ା ପାଇଁ ଜଣେ ପଡ଼ୋଶୀ ନାବାଳକକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ, କୁକୁଡ଼ା ମୃତ୍ୟୁକୁ ନେଇ ଉତ୍ତକ୍ଷିପ୍ତ ହୋଇ ପଡ଼ୋଶୀ ଜଣକ ନାବାଳକକୁ ଆକ୍ରମଣ କରିଥିଲା। ଆକ୍ରମଣରେ ଆହତ ହୋଇଥିବା ନାବାଳକକୁ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି।

Comments are closed.