Odisha Link
Bridging the Missing Links in Odisha

ସତ ବାଘ ସହ ମୁହାଁମୁହିଁ ମୋଦି, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଏହି ପାଠ ତଳେ ଦିଆଯାଇଥିବା ଭିଡିଓଟି ଦେଖିବା ଆଗରୁ ଟିକିଏ ସୂଚନା ପଢ଼ିଦିଅନ୍ତୁ। ତଳେ ଭିଡିଓରେ ଅସଲ ବାଘ ସହ ମୁହାଁମୁହିଁ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୃଶ୍ୟ କୌଣସି ସିନେମାର ନୁହେଁ ବା ଏଥିରେ କୌଣସି ସ୍ପେଶାଲ ଇଫେକ୍ଯ ଦିଆଯାଇନାହିଁ। ପଶୁସମ୍ପଦର ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦେବା ଲାଗି ଏଭଳି ଜଙ୍ଗଲି ପରିବ୍ରାଜକ ସାଜିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଭାରତର ଘଞ୍ଚ ବ୍ୟାଘ୍ର ଅଭୟାରଣ୍ୟରେ ଡିସକଭରି ଚ୍ୟାନେଲର ପ୍ରଡକ୍ସନ୍‌ ଟିମ୍‌ ସାଙ୍ଗରେ ସମୟ ବିତାଇଛନ୍ତି ମୋଦି। ଡିସକଭରୀର ମୃାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ ଶୀର୍ଷକ ନିୟମିତ କାର୍ଯ୍ୟକ୍ରମର ଏକ ଏପିସୋଡରେ ଅବତୀର୍ଣ୍ଣ ହୋଇଛନ୍ତି ମୋଦି।

ସୋ’ର ସଂଚଳକ ବିଅର ଗ୍ରିଲ୍ସଙ୍କ ସହ ଗୋଟିଏ ଦିନ ଜଙ୍ଗଲରେ ଦୁଃସାହସିକ ଅଭିଯାନରେ ସାମିଲ ହୋଇଛନ୍ତି ମୋଦି। ତଳ ଭିଡିଓରେ ସୋ’ର ଟ୍ରେଲର ଥିବା ବେଳେ ସମ୍ପୂର୍ଣ୍ଣ ଏପିସୋଡଟି ଅଗଷ୍ଟ ୧୨ ତାରିଖ ଭାରତୀୟ ସମୟ ରାତି ୯ଟାରେ ଡିସକଭରୀ ଚ୍ୟାନେଲରେ ପ୍ରସାରିତ ହେବ। ଏଥିରେ ଗ୍ରିଲଙ୍କ ସହ ମୋଦି ଜଙ୍ଗଲ ଭିତରେ ବିଭିନ୍ନ ପ୍ରାକୃତିକ ପରିସ୍ଥିତିକୁ କିଭଳି ସାମନା କରୁଛନ୍ତି ତାହା ଦେଖିବାକୁ ମିଳିବ।

Comments are closed.