Odisha Link
Bridging the Missing Links in Odisha

ତେଲୁଗୁ ସିନେମାରେ ଓଡିଆ ଝିଅ ସୀତାକ୍ଷୀଙ୍କ କମାଲ

ବେଙ୍ଗାଲୁରୁ : ଖେଳ ଶିକ୍ଷା ତଥା ଅନ୍ୟସବୁ କ୍ଷେତ୍ରରେ ଓଡ଼ିଆ ଝିଅ ଦେଶ ବିଦେଶରେ ନାଁ କମାଇଥିବା ବେଳେ ବାଙ୍ଗାଲୋର ସହରରେ ରହୁଥିବା ବ୍ରହ୍ମପୁର ଗାନ୍ଧିନଗରର ପ୍ରବାସୀ ଓଡ଼ିଆ ସୁବ୍ରତ ଆଚାର୍ଯ୍ୟଙ୍କ ଜ୍ୟେଷ୍ଠ କନ୍ୟା ସୀତାକ୍ଷୀ ଆଚାର୍ଯ୍ୟ ଏକ ତେଲୁଗୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ସ୍କୁଲ ଅଫ୍‌ ଇଣ୍ଡିଆ ବାଙ୍ଗାଲୋରର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବାର ବର୍ଷ ବୟସ୍କ ସୀତାକ୍ଷୀ ପୂର୍ବରୁ ଟେଲିଭିଜନ ବିଜ୍ଞାପନରେ କାମ କରିସାରିଛନ୍ତି । ଏହି ତେଲୁଗୁ ଚଳଚ୍ଚିତ୍ରଟି ଆଜିର ସମାଜରେ ଶିଶୁ ଶ୍ରମିକ ତଥା ଶିଶୁ ଯୌନ ଶୋଷଣ ଉପରେ ଆଧାରିତ ହୋଇଛି ।
ଓଡ଼ିଆ ଝିଅ ହୋଇ ମଧ୍ୟ ତେଲୁଗୁ ସିନେମାରେ ସୁଯୋଗ ପାଇଥିବାରୁ ତାଙ୍କ ପରିବାର ବେଶ୍ ଆନନ୍ଦିତ ଅଛନ୍ତି। ଏହି ସିନେମାର ଶୁଟିଂ ହାଇଦ୍ରାବାଦରେ ଚାଲିଥିବା ବେଳେ ଆସନ୍ତା ସପ୍ତାହରେ ଏହି ସିନେମାର ଆଉ ଏକ ଭାଗ ବାରଣାସୀରେ ଶୁଟିଂ ହେବ। ସୀତାକ୍ଷୀ ଏହି ଶୁଟିଂ ପାଇଁ ବାରଣାସୀ ଯାତ୍ରା କରିବେ। ଏହି ସିନେମାଟି ଆସନ୍ତା ନଭେମ୍ବର ମାସରେ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

Comments are closed.