Odisha Link
Bridging the Missing Links in Odisha

ପଦ୍ମ ଧରିଲେ ୩ଏନସିପି ନେତା

ମୁମ୍ବାଇ: ନିର୍ବାଚନ ପୂର୍ବରୁ ସବୁ ରାଜ୍ୟରେ ଜୋର ଧରିଥାଏ ଦଳ ଡିଆଁ ରାଜନୀତି। ତାହର ଏକ ଝଲକ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ। କାରଣ ଏନସିପିର ମହିଳା ଶାଖା ମୁଖ୍ୟ ଚିତ୍ରା ବାଘ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଚିତ୍ରାଙ୍କ ସହ ୨ଜଣ ଏନସିପି ବିଧାୟକ ଶିବେନ୍ଦ୍ର ସିଂହ ଭୋନ୍‌ସଲେ ଓ ସନ୍ଦୀପ ନାୟକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଣ୍ଡିସଙ୍କ ଉପସ୍ଥିତିରେ ସେମାନେ ସାମିଲ ହୋଇଛନ୍ତି। ସୂଚନାଥାଉକି ଚଳିତବର୍ଷ ଶେଷରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବ।

ଗତକାଲି ଏନ୍‌ସିପିର ୩ ଜଣ ଏବଂ କଂଗ୍ରେସର ଜଣେ ବିଧାୟକ ଦଳରୁ ଇସ୍ତଫା ଦେଇଥିଲେ। ‌୩ ଜଣ ଏନ୍‌ସିପି ବିଧାୟକ ସନ୍ଦୀପ ନାୟକ, ବୈଭବ ପିଚାଡ଼ ଏବଂ ଶିବେନ୍ଦ୍ର ସିଂହ ଭୋନ୍‌ସଲେ ଗତକାଲି ଦଳରୁ ଇସ୍ତଫା ଦେଇଥିବା ବେଳେ କଂଗ୍ରେସ ବିଧାୟକ କାଳିଦାସ କୋଲମ୍ବକର ମଧ୍ୟ ଇସ୍ତଫା ଦେଇଥିଲେ। ଏପର୍ଯ୍ୟନ୍ତ ଏନ୍‌ସିପିରୁ ସମୁଦାୟ ୫ ଜଣ ବିଧାୟକ ଇସ୍ତଫା ଦେଇ ସାରିଛନ୍ତି। ପୂର୍ବରୁ ୨ ଏନସିପି ବିଧାୟକ ଜୟଦତ୍ତ କ୍ଷୀରସାଗର ଏବଂ ପଣ୍ଡୁରଙ୍ଗା ବରୋରା ଶିବସେନାରେ ଯୋଗ ଦେଇ ସାରିଛନ୍ତି।

Comments are closed.