Odisha Link
Bridging the Missing Links in Odisha

ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ମାଡିଗଲା ଟ୍ରକ୍

ସୁନ୍ଦରଗଡ : ଚାଲି ଚାଲି ଯାଉଥିବା ବେଳେ ମାଡିଗଲା ଟ୍ରକ୍ । ଘଟଣାସ୍ଥଳରେ ଦୁଇ ହୋଟେଲ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ସୁନ୍ଦରଗଡ ଟାଉନ ଥାନା ସମ୍ମୁଖରେ ଦୁର୍ଘଟଣା ହୋଇଛି । ସକାଳୁ ଚାଲି ଚାଲି କାମ କରୁଥିବା ହୋଟେଲକୁ ଯାଉଥିଲେ । ଟ୍ରକ୍ ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସେମାନେ ଦେବଗଡ ଜିଲ୍ଲାର ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଟ୍ରକ୍ ଛାଡି ଡ୍ରାଇଭର ଫେରାର ହୋଇଯାଇଛନ୍ତି । ଟ୍ରକ୍ ଜବତ କରି ଟାଉନ୍ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Comments are closed.