Odisha Link
Bridging the Missing Links in Odisha

ରାଜ୍ୟରେ ତୁରନ୍ତ ଓବିସି କମିଶନ ନିଯୁକ୍ତି କରାଯାଉ: ବିଜେପି ଓବିସି ମୋର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ତୁରନ୍ତ ଓବିସି କମିଶନ ଗଠନ, ପଛୁଆ ବର୍ଗର ଛାତ୍ର ଓ ଛାତ୍ରୀଙ୍କୁ ବୃତି ପ୍ରଦାନ, ଉଭୟ ସରକାରୀ ଓ ବେସରକାରୀ ନିଯୁକ୍ତି କ୍ଷେତ୍ରରେ ୨୭% ସଂରକ୍ଷଣ ବୃଦ୍ଧି, ଓବିସି ଫାଇନାନ୍ସ କର୍ପୋରେସନ ମାଧ୍ୟମରେ ଋଣ ପ୍ରଦାନ ଏବଂ ଏସଇବିସି ବର୍ଗଙ୍କୁ ଓବିସି ବର୍ଗରେ ସାମିଲ କରିବା ଆଦି ଦାବୀ ନେଇ ଭାରତୀୟ ଜନତା ପାର୍ଟୀ ରାଜ୍ୟ ଓବିସି ମୋର୍ଚ୍ଚା ତରଫରୁ ମହାମହିମ ରାଜ୍ୟପାଳଙ୍କୁ ଭେଟି ୫ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଛି । ସେହିପରି କେନ୍ଦ୍ର ସରକାର ଦେଉଥିବା ଷ୍ଟାଇପେଣ୍ଡକୁ ରାଜ୍ୟରେ ବହୁତ କମ ପରିମାଣର ଅର୍ଥ ପଛୁଆ ବର୍ଗ ଛାତ୍ରଛାତ୍ରୀମାନଙ୍କୁ ମିଳୁଛି ଏବଂ ଅନ୍ୟ ସମୟରେ ଏହାକୁ ମଧ୍ୟ ଦିଆଯାଉନାହିଁ, ଯଥାଶୀଘ୍ର ଏହି ଅନୁଦାନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଉ।

ଛାତ୍ରଛାତ୍ରୀମାନେ କେନ୍ଦ୍ରରେ ଆବେଦନ କଲାବେଳେ ରାଜ୍ୟରେ ଥିବା ଏସ୍ଇବିସି ସାର୍ଟିଫିକେଟ ଗ୍ରହଣୀୟ ହେଉନାହିିଁ। ଏସ୍ବିସିକୁ ସାର୍ଟିଫିକେଟକୁ ଓବିସି ମାନ୍ୟତା ଦିଆଯାଇ ଏହାକୁ ଗ୍ରହଣ କରାଯାଉ। ଓବିସି ଅର୍ଥ ନିଗମକୁ ଋଣ ଅନୁଦାନ ଦିଆଯାଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର “National Commission for Backward Classes” ପରିବର୍ତେ କରିବା “National Commission for Socially and educationally backward classes” କୁ ୨ ବର୍ଷ ବିତିଗଲାଣି। ଏହି କମିଶନଟି ସାମ୍ବିଧାନିକ ମାନ୍ୟତା ପ୍ରାପ୍ତ ହୋଇଥିବାରୁ ପଛୁଆ ବର୍ଗଲୋକଙ୍କୁ ନ୍ୟାୟ ଦେବାରେ ସହାୟକ ହୋଇଛି।

ଅନ୍ୟ ପଟେ ରାଜ୍ୟର ଅର୍ଦ୍ଧାଧିକ ଜନସଂଖ୍ୟ ପଛୁଆ ବର୍ଗରୁ ଆସିଥିବା ସତ୍ୱେ ରାଜ୍ୟସରକାର ଦୀର୍ଘ ବର୍ଷ ଧରି OBC Commission ନିଯୁକ୍ତି ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟସରକାରଙ୍କର ଉଦାସୀନତା ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି। ଆର୍ଥିକ ସ୍ତରରେ ଥିବା ପଛୁଆ ବର୍ଗର ଲୋକମାନଙ୍କୁ କିଭଳି ନିଜସ୍ୱ ବ୍ୟବସାୟୀ ଆରମ୍ଭ କରି ନିଜ ଗୋଡରେ ନିଜେ ଠିଆ ହୋଇପାରିବେ ସେଥିପାଇଁ ଓବିସି ଅର୍ଥ କମିଶନକୁ ରାଜ୍ୟରେ ଲାଗୁ କରାଯାଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି। ରାଜ୍ୟ ଓବିସି କମିଶନ ଯଦି ତୁରନ୍ତ ଗଠନ କରାନଗଲେ ବିଜେପି ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଶ୍ରୀ ପାତ୍ର କହିଛନ୍ତି। ମହାମହିମ ରାଜ୍ୟପାଳ ପ୍ରତିନିଧି ଦଳ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ଏହି ଦାବି ଗୁଡିକ ଯୁକ୍ତିଯୁକ୍ତ ଏବଂ ଏ ସଂପର୍କରେ ବିହୀତ ପଦକ୍ଷେପ ନେବାର ପ୍ରତିଶୃତି ଦେଇଛନ୍ତି ବୋଲି ଶ୍ରୀ ପାତ୍ର ସୁଚନା ଦେଇ କହିଛନ୍ତି। ଏହି ପ୍ରତିନିଧି ଦଳରେ ଓବିସି ମୋର୍ଚ୍ଚା ରାଷ୍ଟୀୟ କାର୍ଯ୍ୟକରଣୀ ସଦସ୍ୟ ଚିତରଞ୍ଜନ କର, ହିମାଂଶୁ ମେହେର, ଆଶୁତୋଷ ପରିଡା ଏବଂ ଜ୍ଞାନ ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.