Odisha Link
Bridging the Missing Links in Odisha

ଗିନୀର ସର୍ବୋଚ୍ଚ ସମ୍ମାନ ପାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗିନୀ ସରକାର ‘ନ୍ୟାସନାଲ ଅର୍ଡର ଅଫ ମେରିଟ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ସମ୍ମାନ ହେଉଛି ଗିନୀ ଦେଶର ସର୍ବୋଚ୍ଚ ସମ୍ମାନ। ଭାରତ-ଗିନୀର ସାମଗ୍ରିକ ବିକାଶା ତଥା ଉଭୟ ଦେଶ ମଧ୍ୟରେ ଦେଖାଯାଇଥିବା ବନ୍ଧୁତା ଓ ଭାଗିଦାରୀକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଯୋଗୁଁ କୋବିନ୍ଦଙ୍କୁ ଏହି ସମ୍ମାନ ମିଳିଛି। ଅପରପକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗିନୀ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏହି ସମ୍ମାନକୁ ଭାରତ ଓ ଗିନୀ ମଧ୍ୟରେ ଦେଖାଯାଇଥିବା ବନ୍ଧୁତ୍ୱପୂର୍ଣ୍ଣ ସଂପର୍କକୁ ସମର୍ପିତ କରିଛନ୍ତି ।

ସୂଚନାଯୋଗ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଶ୍ଚିମ ଆଫ୍ରିକା ଦେଶ ଗିନୀ ଗସ୍ତରେ ଅଛନ୍ତି। ଏହାରି ମଧ୍ୟରେ ଉଭୟ ଭାରତ ଓ ଗିନୀ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷୀକ ବୁଝାମଣା ଉପରେ ଆଲୋଚନା ହୋଇଛି। ଗିନୀର ଜଳ ଯୋଗାଣ ପ୍ରକଳ୍ପର ବିକାଶ ଲାଗି ଭାରତ ୧୭ କୋଟି ଡଲାର ଋଣ ଦେବାକୁ ଉଦ୍ୟମ କରିଛି। ସେହିପରି ଆତଙ୍କବାଦୀଙ୍କୁ ବିନାଶ କରିବା ପାଇଁ ଉଭୟ ଦେଶର ରାଷ୍ଟ୍ରପତି ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦେଶ ଗସ୍ତ ଅବସରରେ ଗିନୀକୁ ଶେଷ ଯାତ୍ରା କରିଥିଲେ। ପଶ୍ଚିମ ଆଫ୍ରିକା ଦେଶର ଯାତ୍ରା କରିବାରେ କୋବିନ୍ଦ ହେଉଛନ୍ତି ପ୍ରଥମ ଭାରତୀୟ ରାଷ୍ଟ୍ରପତି। ଗସ୍ତର ମୂଳ ଉଦ୍ଦେଶ୍ୟ ହେଉଛି ଉଭୟ ଦେଶ ମଧ୍ୟରେ ସୁସଂପର୍କ ପ୍ରତିଷ୍ଠା କରିବା।

Comments are closed.