Odisha Link
Bridging the Missing Links in Odisha

କାଶ୍ମୀର ପ୍ରସଙ୍ଗରେ ଏମିତି କହିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭାରେ ଧାରା -୩୭୦ ଓ ୩୫-ଏ ଉଚ୍ଛେଦ ଉପରେ ଆଗତ ବିଲକୁ ସମର୍ଥନ କରିଛି ବିଜେଡି। କେନ୍ଦ୍ରର ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ମୋଦି ସରକାରଙ୍କୁ ପ୍ରଂଶସା କରିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଏହା ସହ ପ୍ରସନ୍ନ କହିଛନ୍ତି ଯେ, ‘ମୁଁ, ମୋର ଦଳ ଓ ସଭାବତି ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତିକୁ ସମର୍ଥନ କରୁଛୁ। ବାସ୍ତବରେ ଆଜି ହିଁ ଜାମ୍ମୁ ଓ କାଶ୍ମୀର ଭାରତର ଅଂଶ ହୋଇଛି। ବିଜେଡି ଏକ ଆଞ୍ଚଳିକ ଦଳ, କିନ୍ତୁ ଏହା ଦେଶକୁ ଅଗ୍ରାଧିକାର ଦିଏ ।’ ଏହା ସହ କାଶ୍ମୀରବାସୀଙ୍କୁ ସ୍ୱାଧୀନତା ମିଳିବା ଉଚିତ୍ ବୋଲି ପ୍ରସନ୍ନ କହିଛନ୍ତି।

ଏଥି ସହିତ ସେ ଆହୁରି କହିଛନ୍ତି ଯେ ବାସ୍ତବରେ ଦେଖିବାକୁ ଗଲେ ଆଜି ଜାମ୍ମୁ କାଶ୍ମୀର ପ୍ରକୃତରେ ଭାରତ ଅଂଶବିଶେଷ ହେଲା। ଆମେ ଭାରତୀୟ ମାନେ ସେତେବେଳେ ଆହୁରି ଖୁସି ହେବୁ ଯେଉଁ ଦିନ ପାକ ଅଧିକୃତ କାଶ୍ନୀର ଭାରତକୁ ଆସିବ। କାଶ୍ମୀରୀ ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଲୋକ ମାନେ କାଶ୍ମୀରୀ ପଣ୍ଡିତ ମାନଙ୍କୁ ଅତ୍ୟାଚାର ବେଳେ କୁଆଡେ ଥିଲେ ବୋଲି କହିଛନ୍ତି ପ୍ରସନ୍ନ।

ଏତଦ୍‌ ବ୍ୟତୀତ ବିଏସପି ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ପିଷ୍ପତ୍ତିକୁ ସମର୍ଥନ ଜଣାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଧ୍ୟ କେନ୍ଦ୍ରର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।

Comments are closed.