Odisha Link
Bridging the Missing Links in Odisha

ସେୟାର ବଜାର ମାନ୍ଦା: ଡଲାର ତୁଳନାରେ ଟଙ୍କା ଓ ୟାନ ବିନିମୟ ମୂଲ୍ୟ ଖସିଲା

ନୂଆଦିଲ୍ଲୀ: ସେୟାର ବଜାରରେ ମାନ୍ଦା କାରବାର। ସେଇପାଇଁ ଆମେରିକୀୟ ଡଲାର ତୁଳାନରେ ଟଙ୍କା ଓ ୟାନ ବିନିମୟ ମୂଲ୍ୟରେ ସୋମବାର ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ପ୍ରତି ଡଲାର ବିନିମୟ ମୂଲ୍ୟ ୭୦ ଟଙ୍କା ୭୧ ପଇସାରେ ପହଞ୍ଚିବାବେଳେ ତାହା ପୂର୍ବରୁ ପ୍ରତି ଡଲାର ବିନିମୟ ମୂଲ୍ୟ ୬୯ ଟଙ୍କା ୬୦ ପଇସା ଥିଲା। ୨୦୧୮ ଡିସେମ୍ବର ପରେ ଏହା ହେଉଛି ଟଙ୍କା ବିନିମୟ ମୂଲ୍ୟରେ ସବୁଠୁ ବଡ଼ ହ୍ରାସ ପ୍ରକାଶ ପାଇଛି। ସେହପରି ଆମେରିକୀୟ ଡଲାର ତୁଳନାରେ ଚୀନ ମୁଦ୍ରା ‘ୟାନ’ର ବିନିମୟ ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି। ପ୍ରାୟ ଏକ ଦଶନ୍ଧୀ ପରେ ୟାନ ବିନିମୟ ମୂଲ୍ୟର ହ୍ରାସ ଘଟିଛି। ଏହି କ୍ରମରେ ପ୍ରତି ଡଲାର ବିନିମୟ ମୂଲ୍ୟ ୭ ୟାନରେ ପହଞ୍ଚିଛି। ଏହା ପୂର୍ବରୁ ପ୍ରତି ଡଲାର ବିନିମୟ ମୂଲ୍ୟ ୬.୬୮ ୟାନ ଥିଲା।

ବିଶେଷଜ୍ଞଙ୍କ କହିବା ମୁତାବିକ ସେୟାର ବଜାରରେ ମାନ୍ଦା କାରବାରର ପ୍ରଭାବ ଟଙ୍କା ଓ ୟାନ ବିନିମୟ ମୂଲ୍ୟ ଉପରେ ପଡିଛି। ଫଳରେ ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ହ୍ରାସ ପାଇଛି। ଅନୁରୂପ ଭାବେ ଚୀନ- ଆମେରିକା ବାଣିଜ୍ୟ ଯୁଦ୍ଧରୁ ୟାନ ବିନିମୟ ମୂଲ୍ୟରେ ହ୍ରାସ ଘଟିଛି। ଏହାକୁ ଛାଡି ଏସିଆର ଅନ୍ୟ ସେୟାର ମାର୍କେଟରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ଅନ୍ତର୍ଜାତୀୟ ବଜାରରେ ସୁନା ଦରର ବୃଦ୍ଧି ମଧ୍ୟ ଅନ୍ୟ ଦେଶର ମୁଦ୍ରା ବିନିମୟ ମୂଲ୍ୟରେ ପ୍ରଭାବ ପକାଇଛି। ଭାରତରେ ଘରୋଇ ନିବେଶକଙ୍କ ଯୋଗଦାନ ଅଭାବରୁ ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୭୦୦ ପଏଣ୍ଟ ହ୍ରାସ ପାଇଛି।

Comments are closed.