Odisha Link
Bridging the Missing Links in Odisha

ଜେଲରୁ ଚମ୍ପଟ ମାରିଥିବା କଏଦୀ ଗିରଫ

ନୟାଗଡ଼: ଧରା ପଡିଲା ଜେଲରୁ ଖସି ପଳାଇ ଥିବା ବିଚାରାଧୀନ ବନ୍ଦୀ ତପନ ରାଉତ। ଗତ ୩ ତାରିଖରେ ଖଣ୍ଡପଡ଼ା ସବ୍‌ଜେଲରୁ ଚମ୍ପଟ ମାରିଥିବା ବିଚାରାଧୀନ ବନ୍ଦୀ ତପନ ରାଉତକୁ ଆଜି ତା ଗାଁ କରବର ନିକଟରୁ ଜେଲ କର୍ମଚାରୀ ଗିରଫ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି।
ଗିରଫ ତପନ ଜେଲର ଅଭେଦ୍ୟ ସୁରକ୍ଷା ଭାଙ୍ଗି ଦୁଇ ଥର ଟମ୍ପଟ ମାରିଥିଲା। ଗତ ମେ ମାସ ୧୦ ତାରିଖରେ ସେ ଖସି ପଳାଇ ଥିଲା ଏବଂ ତା ପର ଦିନ ଧରା ପଡିଥିଲା। ଏହି ଘଟଣାକୁ ନେଇ ତା ନାଁରେ ଖଣ୍ଡପଡା ଥାନାରେ ୨ ଟି ମାମଲା ରୁଜୁ ହୋଇଛି। ଦୁଷ୍କର୍ମ ମାମଲାରେ ସେ ବିଚାରାଧୀନ ବନ୍ଦୀ ଭାବେ ଏହି ସବ୍‌ ଜେଲରେ ରହିଥିଲା। ପ୍ରଥମ ଥର ଚମ୍ପଟ ମାରିବା ଘଟଣାରେ କର୍ତ୍ତବ୍ୟରେ ଅବହେଳା କାରଣରୁ ସବଜେଲର ଓ୍ୱାର୍ଡର କିଶୋର କୁମାର ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ଜେଲ ସୁପରିଟେଣ୍ଡେଣ୍ଟ।

Comments are closed.