Odisha Link
Bridging the Missing Links in Odisha

ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା

ପାଲଲହଡା : ଅନୁଗୁଳ ଜିଲ୍ଲା ଖମାର ଥାନା ବାରମାଇଲ ଶିବମନ୍ଦିର ନିକଟରେ ଦୁଇଟି ଟ୍ରକ୍ ମୁହାଁ ମୁହିଁ ଧକ୍କା ହୋଇଛି । ଗୋଟିଏ ଟ୍ରକ୍ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସେହି ଗାଡିର ହେଲପର ଶିବଗାଉନ୍ତି ଆହତ ହୋଇଛନ୍ତି । ମୃତ ଡ୍ରାଇଭର ପାଲଲହଡା ଥାନା ଡିମିରିଆ ପଞ୍ଚାୟତ ରଞ୍ଜ ଗାଁର ଅନନ୍ତ ନାୟକ ।
ଅନ୍ୟ ଟ୍ରକ୍ ଡ୍ରାଇଭର ନିଜ ଗାଡିରେ ଚାପି ହୋଇ ରହିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ଖମାର ପୋଲିସ ସହାୟତାରେ କଟର ସାହାଯ୍ୟରେ ଟ୍ରକକୁ କଟାଯାଇ ତାଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଟ୍ରକ୍ ଡ୍ରାଇଭର ଅଖି ନାଏକଙ୍କୁ ପଲଲହଡା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Comments are closed.