Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ାରେ ଏନକାଉଣ୍ଟର ; ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ମେହତାବ ଆହତ

କେନ୍ଦ୍ରାପଡା : ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ମେହେତାବକୁ ଏନକାଉଣ୍ଟର କରିଛି କେନ୍ଦ୍ରାପଡା ସଦର ପୋଲିସ| କେନ୍ଦ୍ରାପଡା-ଗଣ୍ଡାଖିଆ ରାସ୍ତାର ଏରାଠାରେ ମଙ୍ଗଳବାର ଭୋରୁ ଏହି ଏନକାଉଣ୍ଟର ହୋଇଛି | ମେହେତାବ କେନ୍ଦ୍ରାପଡା ସହରକୁ ଆସୁଥିବା ଖବର ପାଇ ସଦର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ମିଳିତ ଭାବେ ଚଢାଉ କରିଥିଲେ|
ମେହେତାବ ଓ ତାର ଜଣେ ସହଯୋଗୀ ପୋଲିସ ଉପରକୁ ୪ ରାଉଣ୍ଡ ଗୁଳି ଫାୟାରିଂ କରି ଖସିଯିବାକୁ ଉଦ୍ୟମ କରିଥିଲା ବେଳେ ପୋଲିସ ପାଲଟା ଗୁଳି ଚଳାଇଥିଲା| ମେହେତାବର ଦୁଇ ଆଣ୍ଠୁରେ ଗୁଳି ବାଜିଥିଲା | ମେହେତାବକୁ ପୋଲିସ କାବୁ କରିଥିବା ବେଳେ ତାର ସହଯୋଗୀ ଫେରାର ହୋଇଯାଇଛି | ମେହେତାବଠାରୁ ପୋଲିସ ଗୋଟିଏ ୯ ଏମଏମ ପିସ୍ତଲ, ୯ ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ବାଇକ୍ ଜବତ କରିଛି | ସେକ୍ ମେହେତାବ କେନ୍ଦ୍ରାପଡ଼ାରେ ଘଟିଥିବା ବାବୁଲି ମହାରଣା ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି ।

Comments are closed.