Odisha Link
Bridging the Missing Links in Odisha

କନ୍ଧମାଳରେ ପ୍ରତିଷ୍ଠା ହେବ ଜାତୀୟ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ

ନୂଆଦିଲ୍ଲୀ: କନ୍ଧମାଳ ହଳଦୀ ବିଶ୍ବ ପ୍ରସିଦ୍ଧ। ତାକୁ ଆହୁରି କିଭଳି ବ୍ୟାପକ ଭାବରେ ବିଶ୍ବ ସ୍ତରରେ ପହଞ୍ଚେଇବାକୁ ପଡ଼ିବ ସେଥିପାଇଁ ଅଣ୍ଟାଭିଡ଼ିଛନ୍ତି କନ୍ଧମାଳ ସାଂସଦ ଡ଼ ଅଚ୍ୟୁତାନନ୍ଦ ସାମନ୍ତ। ଏଥିସହିତ କନ୍ଧମାଳର ସାମଗ୍ରିକ ବିକାଶ ସହ କନ୍ଧମାଳବାସୀଙ୍କ ଆର୍ଥିକ ତଥା ସାମାଜିକ ଅଭିବୃଦ୍ଧି ନେଇ ସ୍ଥାନୀୟ ସାଂସଦ ଡ଼ ଅଚ୍ୟୁତାନନ୍ଦ ସାମନ୍ତ ସଦା ପ୍ରଚେଷ୍ଟାରତ।

କନ୍ଧମାଳର ପ୍ରସିଦ୍ଧ ହଳଦୀ ତଥା ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ନିମନ୍ତେ ଏକ ବୃହତ୍ତର ବଜାର ସୃଷ୍ଟି ସହ ସମ୍ପୃକ୍ତ ଚାଷୀଙ୍କୁ ଅଧିକ ଲଭାନ୍ବିତ କରିବା ଓ ଅଞ୍ଚଳର ଯୁବବର୍ଗଙ୍କ ପାଇଁ ନିର୍ଭରଯୋଗ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ନୂଆଦିଲ୍ଲୀରେ କନ୍ଧମାଳ ସାଂସଦ ପଦ୍ମଭୂଷଣ ଧର୍ମପାଲ ଗୁଲାଟିଙ୍କୁ ସାକ୍ଷାତ କରିଥିଲେ। କନ୍ଧମାଳ ହଳଦୀକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦେଶର ସର୍ବବୃହତ ମସଲା କମ୍ପାନୀ ଏମ୍‌ଡିଏଚ୍‌ (MDH) କନ୍ଧମାଳରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଯାଉଛି। ଏନେଇ ଏହାର ପ୍ରତିଷ୍ଠାତା ତଥା ମସଲା ଜଗତର ବାଦଶାହା ପଦ୍ମଭୂଷଣ ମହାଶୟ ଧର୍ମପାଲ ଗୁଲାଟି କନ୍ଧମାଳ ସାଂସଦଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.