Odisha Link
Bridging the Missing Links in Odisha

ବାପାଙ୍କୁ ହତ୍ୟା କଲେ ଦୁଇ ପୁଅ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ କିରିଆକୁଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବାପାକୁ ପଥରରେ ଛେଚି ହତ୍ୟା କଲେ ଦୁଇ ପୁଅ। ମୃତକ ହେଲେ ବାଇଧର ମୁଣ୍ଡା। ଗତ ସୋମବାର ଦିନ ଏହି ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ, ଘରେ କବାଟ ଲଗାଇବାକୁ କେନ୍ଦ୍ର କରି ବାପା ଓ ଦୁଇ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଦୁଇ ପୁଅ ବାଇଧରଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ବାଇଧରଙ୍କ ସାନ ପୁଅ ଥାନାରେ ଏତଲା ଦେବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏହି ଘଟଣା ପରେ ଅଭିଯୁକ୍ତ ୨ ପୁଅ ଫେରାର ହୋଇଯାଇଛନ୍ତି।

Comments are closed.