Odisha Link
Bridging the Missing Links in Odisha

ପାକିସ୍ତାନ ବନ୍ଦ କଲା ବାୟୁ ସୀମା

ଇସଲାମବାଦ: ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତ ସହିତ ସମସ୍ତ ପ୍ରକାରର କୁଟନୈତିକ ସମ୍ପର୍କ ଶେଷ କରିଛି। ଏଥିସହିିତ ପାକିସ୍ତାନ ନିଜର ବାୟୁ ସୀମାକୁ ଆଂଶିକ ଭାବେ ବନ୍ଦ କରିଛି। ପାକିସ୍ତାନୀ ବିମାନଗୁଡ଼ିକର ଉଡ଼ିବାର ଉଚ୍ଚତା ବଢାଇ ଦିଆଯାିଇଥିବା ବେଳେ ବିମାନ ପଥ ଗୁଡ଼ିକ ମଧ୍ୟ ପରିବର୍ତ୍ତନ କରିଛି।

ଜମ୍ମୁ-କଶ୍ମୀରରେ ଭାରତ ସରକାର ଦ୍ୱାରା ଧାରା ୩୭୦ ଉଚ୍ଛେଦ କରିବାକୁ ବିରୋଧ କରି ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି। ପାକିସ୍ତାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଦ୍ୱାରା ଜାରି ହୋଇଥିବା ନୋଟିସ ଟୁ ଏୟାରମ୍ୟାନ ଅନୁସାରେ ବାୟୁସୀମା ଅଗଷ୍ଟ ୬ରୁ ସେପ୍ଟେମ୍ବର ୫ ଯାଏଁ ବନ୍ଦ ରହିବ। ଏହା ବ୍ୟତୀତ ସିସିଏ ପାକିସ୍ତାନର ବିମାନସେବାର ବାୟୁମାର୍ଗ ମଧ୍ୟ ପରିବର୍ତ୍ତନ କରିଛି। ଏଥିରେ ମୁଖ୍ୟତଃ ଲାହୋର ଅଂଚଳକୁ ସାମିଲ କରାଯାଇଛି । ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିମାନଗୁଡ଼ିକର ଉଡାଣର ଅତିକମ ଉଚ୍ଚରେ ଉଡିବା କ୍ଷମତାକୁ ମଧ୍ୟ ବଢ଼ାଇ ଦିଆଯାଇଛି।

ପାକିସ୍ତାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଦ୍ୱାରା ଜାରି ହୋଇଥିବା ନୋଟିସ ଅନୁସାରେ ଲାହୋରରେ ବିଦେଶୀ ବିମାନ ଗୁଡ଼ିକ ୪୬ ହଜାର ଫୁଟରୁ ନିମ୍ନରେ ଉଡିବାକୁ ଅନୁମତି ମିଳିବ ନାହିଁ। ଆଫାଗାନିସ୍ତାନକୁ ଯାଉଥିବା ବିମାନଗୁଡ଼ିକ ପାଇଁ ବିକଳ୍ପ ପଥ ବ୍ୟବହାର କରାଯିବାକୁ ନିର୍ଦ୍ଦେଶ ହୋଇଛି। ସୂଚନାଯୋଗ୍ୟ ପାକିସ୍ତାନ ବାଲାକୋଟରେ ଭାରତୀୟ ସେନାପକ୍ଷରୁ ଆକାଶପଥରୁ ସର୍ଜିକାଲ ଷ୍ଟ୍ରାଇକ ହେବା ପରେ ନିଜର ବାୟୁ ସୀମାକୁ ବନ୍ଦ କରିଥିଲା। ଜୁଲାଇ ୧୬ରେ ସବୁ ବିମାନ ଉଡ଼ିପାରିବା ପାଇଁ ଅନୁମତି ମିଳିଥିଲା।

Comments are closed.