Odisha Link
Bridging the Missing Links in Odisha

ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଓଡ଼ିଶା ଶିକ୍ଷା ସମ୍ମାନ

ଭୁବନେଶ୍ବର : ଜୀବନକୁ ସଫଳ କରିବାକୁ ଶିକ୍ଷାର ଆବଶ୍ୟକତା ରହିଛି। ଏହି ଶିକ୍ଷା ସାର୍ବଜନୀନ ହୋଇଥିଲେ ହେଁ ଏନେଇ ଏବେବି ବହୁ ପ୍ରତିବନ୍ଧକ ଦୃଶ୍ୟମାନ। ଅନେକ ଘାତ ପ୍ରତିଘାତ ଦେଇ ଏହି ଶିକ୍ଷାକୁ ପୂର୍ଣ୍ଣଙ୍ଗ କରୁଥିବା ଶିକ୍ଷାର୍ଥୀଙ୍କୁ ସ୍ବାଗତ ଓ ଉତ୍ସାହିତ କରିବା ଜରୁରୀ ହୋଇ ପଡିଛି। ଯାହା କେତେକାଂଶରେ ଆଗାମୀ ଶିକ୍ଷାର୍ଥୀଙ୍କୁ ଶିକ୍ଷା ଗ୍ରହଣ ଦିଗରେ ଅଗ୍ରସର କରାଇବାରେ ସଫଳ ହେବ। ଏଭଳି ଉନ୍ନତ ଚିନ୍ତା ଧାରାକୁ ନେଇ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ସଫଳତାର ସହ ଉତ୍ତୀର୍ଣ୍ଣ ଶିକ୍ଷାର୍ଥୀ ମାନଙ୍କୁ ‘ଓଡ଼ିଶା ଶିକ୍ଷା ସମ୍ମାନ’ ପ୍ରଦାନ ନିମନ୍ତେ ଏକ କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନରେ ସଂଧ୍ୟା ୬ଟାରେ  ଅନୁଷ୍ଠିତ ହେବାକୁ ଯାଉଛି।
ଏହି କାର୍ଯ୍ୟକ୍ରମରେ ଆଇସିଏଫ୍‌ଏଆଇ ବିଶ୍ବବିଦ୍ୟାଳୟ କୁଳାଧିପତି, କିଟ୍‌ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳାଧିପତି, ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ତଥା ତୁର୍କମେନିସ୍ଥାନରେ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ପ୍ରଫେସର ରାମପାଳ ଯାଦବ ଏବଂ ଓଡ଼ିଶାର ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ତଥା କବି ଓ ଇତିହାସ ଗବେଷକ ଡ. ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗ ଦେବା ସହ ଶିକ୍ଷାର୍ଥୀ ମାନଙ୍କୁ ‘ଓଡ଼ିଶା ଶିକ୍ଷା ସମ୍ମାନ’ ରେ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.