Odisha Link
Bridging the Missing Links in Odisha

ଶୋଇଥିବା ବେଳେ ଭୁଷୁଡିଲା କାନ୍ଥ

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କିଆକଟା ଥାନା ଅନ୍ତର୍ଗତ ହେଲେଇ ଗ୍ରାମରେ କାନ୍ଥ ଭୁଷୁଡି ପଡିଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ, ହେଲେଇ ଗ୍ରାମର ମା’ କ୍ଷଲତା ହାତୀ, ଝିଅ ପ୍ରିୟଙ୍କା ହାତୀ ଓ ପୁଅ ସିପୁନ ହାତୀ ଗତକାଲି ନିଜ ଘରେ ଶୋଇଥିବା ସମୟରେ ଏକ ମାଟି କାନ୍ଥ ତାଙ୍କ ଇନ୍ଦିରା ଆବାସ ଘର ଉପରେ ଭୁଷୁଡି ପଡିଥିଲା । ଯାହା ଫଳରେ ସିମେଣ୍ଟ ଇଟା କାନ୍ଥଟି ଏମାନଙ୍କ ଉପରେ ମାଡି ବସିଥିଲା । ଫଳରେ ପୁଅ ସିପୁନ ହାତୀଙ୍କର ମୁତ୍ୟୁ ହୋଇଛି । ମା’ ଏବଂ ଝିଅ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବଉଦ ମେଡିକାଲରେ ଭର୍ତ୍ତି କରାଯାଇଛି ।

Comments are closed.