Odisha Link
Bridging the Missing Links in Odisha

ସାଇକେଲ ଆରୋହୀଙ୍କ ଉପରେ ମାଡିଗଲା ଟ୍ରକ୍

ବାଲେଶ୍ବର : ବାଲେଶ୍ବର ସାଇକେଲ ଆରୋହୀଙ୍କ ଉପରେ ମାଡିଗଲା ଟ୍ରକ୍। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ୫ ନମ୍ବର ଜାତୀୟ ରାଜପଥରେ ଆସୁଥିବା ବେଳେ ଦୁର୍ଘଟଣା ହୋଇଛି।
ମୃତକ ରେମୁଣା ବ୍ଲକ ଗଣ୍ଡରଦା ଗାଁର ସୁରେନ୍ଦ୍ର ଦାସ। ଗୁରୁତର ନିରଞ୍ଜନ ଗିରିଙ୍କୁ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଭୋର ୪ଟାରୁ ସାଇକେଲରେ ପରିବା ନେଇ ବାଲେଶ୍ବର ନୂଆବଜାରକୁ ଆସୁଥିବା ବେଳେ ଦୁର୍ଘଟଣା ହୋଇଛି।

Comments are closed.