Odisha Link
Bridging the Missing Links in Odisha

ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ଓ ଲଦାଖକୁ ନେଇ ଐତିହାସିକ ନିଷ୍ପତ୍ତି ପରେ ଏବେ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି। ସୂଚନାଯୋଗ୍ୟ ଆଗାମୀ ଦିନରେ ମହାରାଷ୍ଟ୍ର, ହରିୟାଣା ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବ। ଏବେ ଏହି ୩ଟି ରାଜ୍ୟରେ ବିଜେପି ସରକାର ପରିଚାଳିତ ହେଉଛି। ଏଥି ପାଇଁ ସରକାର ବଂଚାଇବାକୁ ବିଜେପି ଶତପ୍ରତିଶତ ଉଦ୍ୟମ କରୁଛି। ଦିଲ୍ଲୀ, ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଶୁକ୍ରବାର ତିନି ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଓ ଉପ-ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛି।

Comments are closed.