Odisha Link
Bridging the Missing Links in Odisha

ସ୍ତ୍ରୀକୁ କୁରାଢୀରେ ହାଣି ହତ୍ୟା ପରେ ଆତ୍ମସମର୍ପଣ କଲା ସ୍ବାମୀ

ଭଣ୍ଡାରିପୋଖରୀ : ପରକୀୟାପ୍ରୀତି ସନ୍ଦେହରେ ସ୍ତ୍ରୀକୁ କୁରାଡ଼ିରେ ହାଣି ହତ୍ୟା କଲା ସ୍ବାମୀ। ମୃତକ ହେଉଛନ୍ତି ସସ୍ମିତା ମହାଳିକ। ହତ୍ୟା ପରେ ଅଭିଯୁକ୍ତ ସ୍ବାମୀ ଥାନାରେ ଆତ୍ମସମର୍ପଣ କରିଛି। ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କୋଠାର କଚେରୀଦାଣ୍ଡ ଗାଁରେ।
ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ସ୍ବାମୀ ସଞ୍ଜୟ ମହାଳିକ ମଦ୍ୟପାନ କରି ସ୍ତ୍ରୀର ଚରିତ୍ର କୁ ସନ୍ଦେହ କରି ସ୍ତ୍ରୀଙ୍କୁ ମାଡ ମାରିବା ସହ ଘରେ ବିଶୃଙ୍ଖଳା ସୃଷ୍ଟି କରେ । ତେବେ ଅଭିଯୁକ୍ତ ପ୍ରବଳ ମଦ୍ୟପାନ କରି ଘରେ ସ୍ତ୍ରୀର ପରପୁରୁଷ ସହ ସମ୍ପର୍କ ଥିବା ନେଇ ଝଗଡା କରିଥିଲା। ପରେ ଘରେ ଥିବା କୁରାଢୀରେ ସ୍ତ୍ରୀକୁ ହାଣି ଦେଇଥିଲା। ସ୍ତ୍ରୀର ମୃତ୍ୟୁ ହୋଇଥିବା ଜାଣି ନିଜେ ଧୂଷୁରୀ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

Comments are closed.