Odisha Link
Bridging the Missing Links in Odisha

ପ୍ରଥମ ଓଡ଼ିଶା ଶିକ୍ଷା ସମ୍ମାନ ସମାରୋହ

ଭୁବନେଶ୍ବର : ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଓଡ଼ିଶା ଶିକ୍ଷା ସମ୍ମାନ ସମାରୋହ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇସିଏଫ୍‌ଏଆଇର କୁଳାଧିପତି ପ୍ରଫେସର ରାମପାଲ୍‌ କୌଶିକ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ୧୭ଟି ଶିକ୍ଷାନୁଷ୍ଠାନକୁ ପୁରସ୍କୃତ କରିଥିଲେ। ପ୍ରଫେସର କୌଶିକ କହିଥିଲେ, କଳା,ସଂସ୍କୃତି ଓ ଐତିହ୍ୟ ଭଳି ଓଡ଼ଶା ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନୁରୂପ ଗାରିମା ବଜାୟ ରଖିଛନ୍ତି। ଆଞ୍ଚଳିକ ସ୍ତରରେ ଶିକ୍ଷାନୁଷ୍ଠାନକୁ ସମ୍ମାନିତ କରିବାର ଏହି ପରମ୍ପରା ସ୍ବାଗତ ଯୋଗ୍ୟ ବୋଲି ସେ କହିଥିଲେ। ମନ୍ତ୍ରୀ ଡ. ସାହୁ କହିଲେ, ଶିକ୍ଷାକୁ ନେଇ ସମାରୋହ କରିବା ଏବଂ ଶିକ୍ଷାନୁଷ୍ଠାନକୁ ଏକାଠି କରି ସମ୍ବର୍ଧିତ କରିବା ଦ୍ବାରା ଏହା ଅନ୍ୟ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହିତ କରିବା।
ଓଡ଼ିଶା ମଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ପ୍ରାକ ବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ୧୬୦ଟି ଶିକ୍ଷାନୁଷ୍ଠାନକୁ ପୁରସ୍କୃତ କରାଯାଇଥିଲା। ବିଚାରକ ମଣ୍ଡଳୀ ସଦସ୍ୟ ପ୍ରଫେସର କୁମରବର ଦାସ,ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ, ଶରତ କୁମାର ଦାଶ ଓ ଡ.ଆର୍ତତ୍ରାଣ ମିଶ୍ରଙ୍କୁ ମଧ୍ୟ ଉତ୍ସବରେ ସମ୍ବର୍ଧିତ କରାଯାଇଥିଲା।

Comments are closed.